ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜଗତସିଂହପୁର :ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ‘ମହକ’ ଓ ‘ଉତ୍ସାହ ‘ ୨୦୨୬-୨୭’

ଜଗତସିଂହପୁର :ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ‘ମହକ’ ଓ ‘ଉତ୍ସାହ ‘ ୨୦୨୬-୨୭’ – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ

ଜଗତସିଂହପୁର, 14/10/2026(ନି. ପ୍ର ):
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଜଗତସିଂହପୁର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ମହକ ଓ ଉତ୍ସାହ ୨୦୨୬-୨୭ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଜଗତସିଂହପୁର ଓ ଶିଶୁ ଆଶ୍ରମ ଜଗତସିଂହପୁର ଠାରେ ତା ୧୩.୧୦.୨୦୨୬ରିଖ ଏବଂ ତା ୧୪.୧୦.୨୦୨୬ରିଖରେ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁରର ଦୁଇଗୋଟି ପଂଜିକୃତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ ଜଗତସିଂହପୁର ଏବଂ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ନିମିଢି, ପାରାଦୀପର ପିଲାମାନେ ଅଂଶଗ୍ରହଣ କରିଥିଲେ

ଜଗତସିଂହପୁର :ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ‘ମହକ’ ଓ ‘ଉତ୍ସାହ ‘ ୨୦୨୬-୨୭’ – ସମୀକ୍ଷା

|

         ଉଲେଖ ଯୋଗ୍ୟ ଯେ,ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ନେତୃତ୍ୱ ଗୁଣର ପରିସ୍ପୁଠନ ଏବଂ ଶିଶୁ ସୁରକ୍ଷା ବିଷୟରେ ସଚେତନ ସୃଷ୍ଟି କରିବା ଏହି କାର୍ଯ୍ୟର ମୂଳ ଲକ୍ଷ୍ୟ ଅଟେ |  
           ଏହି ଉତ୍ସାହ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ମିଟର,୨୦୦ ମିଟର ଦୌଡ, କ୍ୟାରମ, ଚେସ, ଲମ୍ବ  ଡିଆଁ ,ଉଚ୍ଚ ଡିଆଁ ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | 
           ସେପଟେ ମହକ କାର୍ଯ୍ୟକ୍ରମରେ ବକ୍ତୃତା, ଜଣା ଅଜଣା କାର୍ଯ୍ୟକ୍ରମ, ଚିତ୍ରାଙ୍କନ , ସଙ୍ଗୀତ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା |
           ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସଵ ଆଦିକବି  ଶାରଳା ଦାସ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି  ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ  , ଶିଶୁ ମଙ୍ଗଳ କମିଟିର ଅଧ୍ୟାକ୍ଷା ଶ୍ରୀମତୀ ଶୁଭଶ୍ରୀ ପାଇଟାଲ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମାନସୀ ବେହେରା , ଜିଲ୍ଲା ଲୋକସଂପର୍କ ଓ ସୂଚନା ଅଧିକାରି ଶ୍ରୀମତୀ ପ୍ରଚିତୀ ତନୟା ମହାନ୍ତି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ , ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଉପସ୍ଥିତ ରହି ପିଲା ମାନଙ୍କୁ ଉଦ୍ବୋଧନ ଦେବା ସହିତ ପୁରସ୍କାର ବିତରଣ କରିଥିଲେ | 

ଉଭୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ବରେନ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ସେହିମାନେ ଆସନ୍ତା ନଭେମ୍ବର ୨୦୨୬ ରେ ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ ୨୦୨୬-୨୭ ରେ ଅଂଶ ଗ୍ରହଣ କରିବେ |
ପରେ ପରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ସୁରକ୍ଷା ଶାଖା , ଶିଶୁ ଆଶ୍ରମ, ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ଏବଂ ଚାଇଲଡ ହେଲ୍ପ ଲାଇନର କର୍ମକର୍ତା ମାନେ ସହଯୋଗ କରିଥିଲେ | ଶେଷରେ ଜଗନ୍ନାଥ ମିଶ୍ର, ଆଇନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ