ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା ଖବର
ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି

ଭବାନୀପାଟଣା, ୧୬.୧୦.୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭବାନୀପାଟଣା ପକ୍ଷରୁ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲାମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ନାଟକର ନିର୍ଦ୍ଦେଶନା ଶ୍ରୀମତୀ ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ ପତି ଦେଇଥିଲେ ।ନାଟକ ମାଧ୍ୟମରେ ନିଶା ସେବନର ଭୟାବହ ପରିଣାମ, ଏହାର ସାମାଜିକ କୁପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ନାଟକ ଶେଷରେ ସମସ୍ତେ ଶପଥ ଗ୍ରହଣ କରି ଥିଲେଏହି ଅବସରରେ  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର  ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣପ୍ରତିଷ୍ଠାନ,ଭବାନୀପାଟଣା ର ଅଧ୍ୟାପକ ବୃନ୍ଦ ରାକଶ ବେହେରା,  ଘନଶ୍ୟାମ ସାହୁ, ଦୀପକ ବେହେରା, ମାଣିକେଶ୍ୱରୀ ମହାପାତ୍ର  ଉପସ୍ଥିତ ଥିଲେ ଏହି ପଥପ୍ରାନ୍ତ ନାଟକରେ କଲେଜ ର ଛାତ୍ର ଛାତ୍ରୀ -ଅଜିତ କୁମାର ହେର୍ଣ୍ଣା, ମୁକେଶ ନାଏକ, ଅମିୟ ରଞ୍ଜନ ନାଏକ, କହ୍ନା ସୁନାନୀ, ଦେବ କୁମାର ରଣା, ସୁମନ କୁମାର ସାହୁ, ମନୋଜ ଭୂଏ, ଟୁନା ସବର, ତ୍ରୟୋଶ ନାଏକ, ଅଜୟ କୁମାର ସାଗରିଆ, ନିହାର ରଞ୍ଜନ ଦାଶ, ଗରୁଡ଼ ବେହେରା, ବାସୁଦେବ ବାଗ, କରଣ ସାହୁ, ବର୍ଷାରାଣୀ ପଧାନ ଓ ହରିପ୍ରିୟା ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା

କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।ସେମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ -୨୦୨୬