ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର

ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର – ସମୀକ୍ଷା ଖବର
ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର – ସମୀକ୍ଷା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୬/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା, ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ୩୨ ବର୍ଷୀୟ ପୁଅ ସାରଥୀ ପଣ୍ଡା ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନରେ ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ଡିଉଟିକୁ ଯାଉଥିବା ସମୟରେ ବାଇକରୁ ଭାରସାମ୍ୟ ହରାଇ ପଡିଯାଇ ଆଘାତପ୍ରାପ୍ତ ହୋଇଥିଲେ । ତେବେ ପରିବାର ଲୋକ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନେଇଯାଇଥିଲେ ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଲା । ସୂଚନାନୁଯାୟୀ ଶବ ସତ୍କାର କରିବା ପୂର୍ବରୁ ତାଙ୍କର ପରିବାର ବର୍ଗଙ୍କ ସହମତି କ୍ରମେ ତାଙ୍କର ଦୁଇଟି କିଡନୀ ଦାନ କରାଯାଇଥିଲା । ଏଭଳି ମହତ ଓ ଜନ କଲ୍ୟାଣ କାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ହସ୍ପିଟାଲ ଓ ନିଜ ଜନ୍ମ ମାଟିରେ ଶେଷ ସମ୍ମାନ ପୂର୍ବକ ସାରଥୀଙ୍କୁ ସମ୍ମାନ ଜନକ ଗାର୍ଡ ଅଫ ଅନର ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଜଣେ ମେଳାପୀ ଓ କର୍ତ୍ତବ୍ୟନିଷ୍ଠ ଯୁବକଙ୍କୁ ହରାଇ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଥିଲା ।

ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ