ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 16/10/2026 (ନି. ପ୍ର ): ବାଲିକୁଦା ମହାବିଦ୍ୟାଳୟ ଓ ଏରସମାର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଏବିଭିପି ଛାତ୍ର ସଂସଦର ବିପୁଳ ବିଜୟ ହୋଇଥିବାରୁ ଛାତ୍ର ନେତା ରୁଦ୍ର ନାରାୟଣ ଦାସ ପ୍ରିନ୍ସ ରାଉତ ତାଙ୍କର ବିଜେପି ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟ ସାରଥୀ ମହାନ୍ତି, ମହିଳା ନେତ୍ରୀ ଲିନା (ଅପା ), ଜିଲା ଉପ ସଭାପତି ଦିଲୀପ ରାଉଳ, ବ୍ଲକ ବରିଷ୍ଠ ନେତା କ୍ଷେତ୍ରମୋହନ ସାହୁଙ୍କ ନେତୃତ୍ୱ ରେ ଏକ ବିଶାଳ ଶୋଭା ସମର୍ଦ୍ଧନା ଯାତ୍ରା ହୋଇଯାଇଛି |ଏଥିରେ ସହ ସହ କାର୍ଯ୍ୟ କର୍ତ୍ତା, ଛାତ୍ର,ଛାତ୍ରୀ,ମହିଳା, କୃଷକ, ଯୁବକ ଓ ବରିଷ୍ଠ ନାଗରିକ ମାନେ ଭାଗ ନେଇ ଯାତ୍ରାର ଶୋଭା ବଢ଼େଇଥିଲେ |
ଏଠାରେ ମୁଖ୍ୟ କଥା ଯେ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରେ ଦୁଇଟି ମୁଖ୍ୟ କଲେଜେ ରେ ନିର୍ବାଚନ ହୋଇଥିଲା | ଆଉ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟରେ ନିର୍ବାଚନ ନ ହୋଇ ନିର୍ଦୋନ୍ଦରେ ଛାତ୍ର ସଂସଦ ଗଢ଼ା ହୋଇଛି |ଦୀର୍ଘ ଆଠ ବର୍ଷ ପରେ ନିର୍ବାଚନ କଲେଜ ମାନଙ୍କରେ ହୋଇଛି | ବାଲିକୁଦା -ଏରସମା ରେ ଦୁଇ କଲେଜେରେ ଏବିଭିପି ଛାତ୍ର ସଂସଦ ଜିତିଛନ୍ତି | ତେଣୁ ବହୁ ଆନନ୍ଦ, ଉତ୍ସାହ, ସମ୍ବର୍ଦ୍ଧନା ଦ୍ୱାରା ଛାତ୍ର ସଂସଦ ମାନଙ୍କୁ ବାଲିକୁଦାର ବିଜେପି କର୍ମୀମାନେ ଓ ନିର୍ବାଚନ ମଣ୍ଡଳୀ ନେତା ସତ୍ୟ ସାରଥୀ ମହାନ୍ତି, ଲିନା (ଅପା ), ବହୁ ଆଗଧାଡିର ନେତୃ ବୃନ୍ଦ ମାନେ ସ୍ୱାଗତ,ଅଭିଵାଦନ ସହ ସମର୍ଦ୍ଧନା କରି ତାଙ୍କୁ ଉତ୍ସାହିତ କରି ଶୋଭା ଯାତ୍ରାରେ ଭାଗ ନେଇଥିଲେ | ଶୋଭା ଯାତ୍ରା ବାଲିଭଉଁରୀ ଛକ ଠାରୁ ମାଛଗାଁ ପର୍ଯ୍ୟନ୍ତ 14କିମି ଲମ୍ବା ରାସ୍ତା କରା ଯାଇଥିଲା |

ଏହି ଶୋଭାଯାତ୍ରାରେ ବହୁପୋଲିସ ମାନେ ଟ୍ରାଫିକ ନିୟନ୍ତ୍ରଣରେ ସାହାଯ୍ୟ କରିଥିଲେ| ଏହା ଅପରାହ୍ନ 4ଘଂଟିକାରୁ ସନ୍ଧ୍ୟା 7.30ପର୍ଯ୍ୟନ୍ତ ହୋଇଥିଲା | ରାସ୍ତାକଡ଼ରେ ଅନେକ ସମର୍ଥକ ଉତ୍ସାହ ସହ ହାତ ହଲାଇ ସମର୍ଦ୍ଧନା ଦେଇଥିଲେ | ବାଲିକୁଦାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅମିତା ଅପା ପିଲାମାନଙ୍କୁ ଆରମ୍ଭରେ ଆଶୀର୍ବାଦ ଦେଇଥିଲେ |କିନ୍ତୁ କର୍ମକର୍ତା ମାନେ ପ୍ରକାଶ କରୁଥିବାର ଶୁଣାଯାଇଛି ଯେ ଜିଲା ସମନ୍ୱୟକ ସଞ୍ଜୟ ମହାନ୍ତି ବାଲିକୁଦାର ହୋଇଥିଲେ ମଧ୍ୟ ଏହି ନିର୍ବାଚନରେ ପିଲାମାନଙ୍କ ସହ କୌଣସି ସମ୍ପର୍କ ରଖିନଥିବାର ଛାତ୍ରନେତାମାନେ ପ୍ରକାଶ କରିଛନ୍ତି | ନା ସେ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲେ ବୋଲି କହୁଥିବାର ଶୁଣିବାକୁ ମିଳିଛି |
ଛାତ୍ରନେତା ରୁଦ୍ର ନାରାୟଣ ଦାସ କହିଛନ୍ତି ଯେ ତାଙ୍କର ବିରୋଧରେ ଏକ ସ୍ୱାଧୀନ ପ୍ରାଥୀ ଙ୍କୁ ସଞ୍ଜୟ ଭାଇ ସହଯୋଗ କରିବାର ଖବର ତାଙ୍କୁ ମିଳିଛି |ତେଣୁ ସେ ତାଙ୍କ ସମର୍ଦ୍ଧନାରେ ଆଶି ନାହାନ୍ତି | ସେହିଭଳି ବାଲିକୁଦାରେ ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ସ୍ୱାଇଁ ହୋଇଥିଲେ ମଧ୍ୟ ତାଙ୍କର ଏହି ଶୋଭା ସମର୍ଦ୍ଧନା ଯାତ୍ରାରେ ଦର୍ଶନ ନଥିଲା ବୋଲି ଛାତ୍ର ନେତା କହିଛନ୍ତି | ସେ ପୁଣି କହିଛନ୍ତି ସ୍ୱାଧୀନ ପାର୍ଥି ପାଇଁ ପ୍ରଶାନ୍ତ ଭାଇ ସହଯୋଗ କରୁଥିଲେ | ତେଣୁ ସେ ତାଙ୍କ ସମର୍ଦ୍ଧନା ଶୋଭାଯାତ୍ରା ରେ ଆସି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି |
ରୁଦ୍ର ଏବଂ ପ୍ରିନ୍ସ ପରିଶେଷରେ ଧନ୍ୟବାଦ ସମସ୍ତ ଛାତ୍ର,ଛାତ୍ରୀ, ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା, ନିର୍ବାଚନ ମଣ୍ଡଳୀରଅନେକ ଯୁବ ନେତା ଭାଇ ମାନେ, ଅନେକ ମହିଳା ମୋର୍ଚ୍ଚା ଭଉଣୀ ମାନେ, ଅନେକ କୃଷକ ମୋର୍ଚ୍ଚା ଭାଇ ମାନେ, ବିଜେପି ର ବହୁ କାର୍ଯ୍ୟକର୍ତ୍ତା ଭାଇ ମାନେ, ବରିଷ୍ଠ ନାଗରିକ ମଉସାମାନେ, ସ୍ୱତନ୍ତ୍ର ଭାବେ ସତ୍ୟ ଭାଇ, ଲିନା ଅପା, ସତ୍ୟ (ଏବିଭିପି ), ଦିଲୀପ ଭାଇ, କ୍ଷେତ୍ରମୋହନ ଭାଇ, ଭଗବାନ ମଉସା,ପୋଲିସ ବନ୍ଧୁ ମାନେ, ବିଶେଷ କରି ଓଡ଼ିଶାର ଲୋକଙ୍କ ମୁଖ୍ୟ ମନ୍ତୀ ମୋହନ ମଝି ଙ୍କୁ ଧନ୍ୟବାଦ ଓ ଶ୍ରେୟ ଦେଇଥିଲେ | ଭାରତମାତାକି ଜୟ କହି ସମାପ୍ତ କରିଥିଲେ |





