ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:

ଚିକିଟି — ଏହି ବ୍ଲକ ଅନ୍ତର୍ଗତ ଭୋଳାସୀଙ୍ଗି ଗ୍ରାମର ସମାଜସେବୀ ଶିବ ସାହୁ ଙ୍କ 23 ତମ ଜନ୍ମ ଦିନ ଅବସରରେ ଶନିବାର ଦିନ ସମାଜର ସେବା କରିବା ଉଦ୍ଦେଶ୍ୟରେ ତୃତୀୟ ଥର ପାଇଁ ଏକ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା। ଉକ୍ତ ଶିବିରରେ ମୁଖ୍ୟ ଭାବେ ଓ ପି ସି ସି ର ସଦସ୍ୟ ଡକ୍ଟର ଶମ୍ଭୁ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମାଜସେବୀ କୃଷ୍ଣଚନ୍ଦ୍ର ସାହୁ, ପିଣ୍ଟୁ ଜେନା, ଅସିତ୍ ପାଣିଗ୍ରାହୀ, ଶିବରାମ ପ୍ରଧାନ, ଅଜିତ ପାତ୍ର, ଦେବାଶିଷ ମହାନ୍ତି ଏବଂ ସାମ୍ବାଦିକ ବିଭୁଧେନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଯୁବପିଢି ମାନଙ୍କ ସ୍ଵେଚ୍ଛାକୃତ ସେବା ଓ ସମାଜସେବା କୁ ପ୍ରୋତ୍ସାହିତ କରିବା ସହ ରକ୍ତର ଆବଶ୍ୟକତା ଥିବା ରୋଗୀଙ୍କୁ ସହାୟତା ଯୋଗାଇ ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡକ୍ଟର ପାଣିଗ୍ରାହୀ ନିଜର ବକ୍ତବ୍ୟ ରଖିଥିଲେ।ଏଥିରେ ସଂଗୃହୀତ ରକ୍ତ, ରକ୍ତ ଭଣ୍ଡାରର ଉପଲବ୍ଧତା ବୃଦ୍ଧି କରିବା ସହ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ସହାୟତା କରିବା ମୂଳ ଲକ୍ଷ୍ୟ ବୋଲି ଯୁବ ସମାଜସେବୀ ଶିବ ସାହୁ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ MKCG ରକ୍ତ ସଂଗ୍ରାହଳୟ କତୃପକ୍ଷଙ୍କ ସାହାଯ୍ୟରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଶିବ ସାହୁ ୨୩ ବର୍ଷ ବୟସରେ ସ୍ବେଚ୍ଛାକୃତ ଭାବେ ୧୫ ଥର ରକ୍ତ ଦାନ କରି ଯୁବପିଢି ମାନଙ୍କ ମାର୍ଗଦର୍ଶୀ ହୋଇପାରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସୁମନ ପାଢ଼ୀ,ସୁମନ ସାହୁ,ଭଗବାନ ସାହୁଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଯୁବପିଢିଙ୍କ ଉପସ୍ଥିତି ଓ ସହଯୋଗରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।

ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ