ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଖୋର୍ଦ୍ଧା କେନ୍ଦୁଝର ପୁରୀ

ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ

ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ – ସମୀକ୍ଷା ଖବର
ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ – ସମୀକ୍ଷା


ରାଜେଶ କୁମାର ଆଚାର୍ଯ୍ୟ /ଚମ୍ପୁଆ ପ୍ରତିନିଧି /ସମୀକ୍ଷା ନ୍ୟୁଜ :

​ଚମ୍ପୁଆ :- (୧୬/୧୦) ବିକାଶର ବାର୍ତ୍ତା ଭିତରେ ଅନ୍ଧାରରେ ରହିଛି ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ୱାଡ଼ ନଂ-୧ର ଗୋଧୂଳୀ ଗ୍ରାମର ମାଛଘାଟ ସାହି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳର ୧୮ଟି ପରିବାର ମୌଳିକ ସୁବିଧା ଯଥା ରାସ୍ତାରୁ ବଞ୍ଚିତ ରହିଛନ୍ତି। ଫଳରେ ଗାଁର ଲୋକେ ପ୍ରତିଦିନ ଅହେତୁକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ​ମାଛଘାଟ ସାହିକୁ ସଂଯୋଗ କରିବା ପାଇଁ କୌଣସି ପକ୍କା ବା କଞ୍ଚା ରାସ୍ତା ନାହିଁ। କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନବାହାନ ସାହି ଭିତରକୁ ପ୍ରବେଶ କରିପାରେ ନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ରୋଗୀଙ୍କୁ ଖଟରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥାନ୍ତି। ସେହିପରି ସାହିରୁ ସ୍କୁଲ ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଦିନସାରା ବିଲ ରାସ୍ତା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ​ଚମ୍ପୁଆ ଏନ୍‌ଏସିର ଦୁଇଟି କାଳର କାର୍ଯ୍ୟକାଳ ଶେଷ ହେବାକୁ ବସିଥିଲେ ହେଁ, ଏହି ମାଛଘାଟ ସାହିକୁ ଚମ୍ପୁଆ ମୁଖ୍ୟ ସଦର ମହକୁମା ସହ ସଂଯୋଗ କରାଯାଇପାରିନାହିଁ। ନିର୍ବାଚନ ଆସେ, ପ୍ରତିଶ୍ରୁତି ମିଳେ; କିନ୍ତୁ ସମସ୍ୟାର ସମାଧାନ ହୁଏ ନାହିଁ। ​ଲୋକଙ୍କ ସରକାର ରେ ଯଦି ମୌଳିକ ସୁବିଧା ନମିଳିବ, ତେବେ ଗଣତନ୍ତ୍ରର କି ଅର୍ଥ? ଏନେଇ ଅତିଷ୍ଠ ହୋଇ ମାଛଘାଟ ସାହିବାସୀ କଂଗ୍ରେସ ନେତା ଗୁରୁବାକ୍ସ ସିଂ ଆଲୁୱାଲିଆ ଙ୍କ ନେତୃତ୍ୱରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇ ନିଜର ଦୁଃଖ ଜଣାଇଛନ୍ତି। ତୁରନ୍ତ ରାସ୍ତା ସମସ୍ୟାର ସମାଧାନ ନହେଲେ, ଆଗାମୀ ଏନ୍‌ଏସି ନିର୍ବାଚନରେ ସାହିବାସୀ ସମୂହ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଓ ଜନପ୍ରତିନିଧିମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ମାଛଘାଟ ସାହିକୁ ପକ୍କା ରାସ୍ତା ନିର୍ମାଣ କରନ୍ତୁ, ଯାହାଫଳରେ ଗ୍ରାମବାସୀଙ୍କ ଜୀବନଧାରା ସହଜ ହୋଇପାରିବ।

ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝର ସହରରେ ବଢୁଛି ସୌନ୍ଦର୍ଯ୍ୟକରଣ, ବଦଳୁଛି ସହରର ରୂପରେଖ