ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ

ବାଲିଗୁଡ଼ା, କନ୍ଧମାଳ ତା-18/10/26 : କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ବାଲିଗୁଡ଼ା ସହରର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା ନବ ନିର୍ବାଚିତ ହୋଇଛନ୍ତି। ବାରଖମାଠାରେ ଆୟୋଜିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସର ରେ ଏହି ପଦବୀରେ ରହିଛି ସେଵା ହିଁ ପରିଚୟ, ବ୍ୟକ୍ତିଗତ ସ୍ଵାର୍ଥ ନୁହେ ସମାଜ ର ସାମୂହିକ ହେଉଛି ମୋର ଲକ୍ଷ୍ୟ. ଶିକ୍ଷା, ଏକତା, ସଂସ୍କାର ସହଯୋଗ ମଧ୍ୟମରେ ପାଇକ ଖଣ୍ଡାୟତ କୂଳ ସମାଜକୁ ଏକ ଆଦର୍ଶ ସମାଜ ଭାବେ ଗଢିତୋଳିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତିବ୍ୟ ଓ ଦାୟିତ୍ୱବୋଲି ମତ ପ୍ରକାଶ ପାଇଥିଲା. ସମାଜର ଶିକ୍ଷା, ସଂସ୍କୃତି, ପରମ୍ପରାର ଓ ଆର୍ଥିକ ଉନ୍ନତି ସହିତ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦଣ୍ଡସେନା କହିଛନ୍ତି। ଏହି ଦାୟିତ୍ୱ ମାଧ୍ୟମରେ ସମାଜର ସାମୂହିକ ବିକାଶ, ଶିକ୍ଷାର ପ୍ରସାର ଓ ପାରମ୍ପରିକ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯିବ।ତାଙ୍କର ଏହି ମନୋନୟନକୁ ନେଇ ସମାଜର ଉପସ୍ଥିତ ସମସ୍ତ ଜନସାଧାରଣ ଓ ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ବାଲିଗୁଡ଼ା ପୋଲିସର ପଦକ୍ଷେପ ସିନ୍ଦ୍ରିଗା ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ