ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ର ଦ୍ବାରା ବିଶାଳ ମାଗଣା ଅସ୍ଥିଶଲ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ର ଦ୍ବାରା ବିଶାଳ ମାଗଣା ଅସ୍ଥିଶଲ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨୦/୧୦/୨୬ – ୨୦୨୩ରେ ସ୍ଥାପିତ ବଡସାହି ବ୍ଲକ ଅଧିନସ୍ଥ ମାନଗୋବିନ୍ଦପୁର ପଞ୍ଚାୟତ ବିଜିପୁର ଗ୍ରାମରେ ଅବସ୍ଥିତ ଶ୍ରୀମା ଶ୍ରୀ ଅରବିନ୍ଦ ଯୋଗ ସାଧନ କେନ୍ଦ୍ର ବର୍ଷର ବିଭିନ୍ନ ସମୟରେ ମାଗଣା ଚିକିତ୍ସା ଶିବିର ଓ ବିଭିନ୍ନ ଜନସେବା, ବୃକ୍ଷ ରୋପଣ ଆଦି ଆୟୋଜନ କରିଆସୁଛନ୍ତି । ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଉକ୍ତ ଅନୁଷ୍ଠାନରେ ପ୍ରତ୍ୟହ ଯୋଗ ଓ ଆସନ ପାଇଁ ମଧ୍ୟ ନିକଟ ଅଞ୍ଚଳବାସୀଙ୍କ ମଧ୍ୟରେ ଜାଗରଣ ଓ ସଚେତନତା ସୃଷ୍ଟି କରାଯାଇଥାଏ । ଅନୁଷ୍ଠାନର ସଭାପତି ଡ଼. କିଶୋର ଚନ୍ଦ୍ର ମହାପାତ୍ର (ଡେପୁଟି ଡ଼ାଇରେକ୍ଟର, ନିରତାର, ଓଲଟପୁର)ଙ୍କ ମତରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଜାଗ୍ରତ କରିବା ସହ ଶିକ୍ଷା, ପରିବେଶ ସୁରକ୍ଷା ତଥା ଅନ୍ୟାନ୍ୟ ସାମାଜିକ ବିକାଶ ଓ ସହାୟତା କରିବା ଏହି ଅନୁଷ୍ଠାନର ମୂଲଲକ୍ଷ୍ୟ । ଏହିଭଳି ଲକ୍ଷ୍ୟରେ ଦୂର୍ଗାପୂଜା ଦଶମୀ ତିଥି ବା ପବିତ୍ର ଦଶହରା ଅବକାଶରେ ମଙ୍ଗଳବାର ନିର୍ମିତ ଗୃହର ଆଧ୍ୟାତ୍ମିକ ପରିବେଶରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ଧୂପଦ୍ଵୀପ ପ୍ରଜ୍ଜ୍ୱଳନ ପୂର୍ବକ ଏକ ବିଶାଳ ମାଗଣା ଅସ୍ଥି ଶଲ୍ୟ ଚିକିତ୍ସା ଶିବିରର ଆୟୋଜନ ହୋଇଯାଇଛି ।

ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ର ଦ୍ବାରା ବିଶାଳ ମାଗଣା ଅସ୍ଥିଶଲ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ – ସମୀକ୍ଷା

ଯେଉଁଥିରେ ଶିବିରକୁ ଦୂରଦୂରାନ୍ତରୁ ଆସିଥିବା ସହସ୍ରାଧିକ ହାଡ଼ଗଣ୍ଠି ଜନିତ ସମସ୍ୟା, ଅଣ୍ଟା ବିନ୍ଧା ଆଣ୍ଠୁ ଗଣ୍ଠି ବାତ, ଆଣ୍ଠୁ ଯନ୍ତ୍ରଣା ଇତ୍ୟାଦି ପାଇଁ ଚିକିତ୍ସା ପରାମର୍ଶ ମାଗଣା ଦିଆଯାଇଥିଲା । ଏହି ଚିକିତ୍ସା ପାଇଁ ସୁଦୂର ସୁଇଡେନରୁ ଡାକ୍ତର ମାଇକେଲ ଜିଗଲେକ୍ଟ ରୁମାଟୋ ଲୋଜିଷ୍ଟ ଡାକ୍ତର ଏଲିନା ଫେଲିପୋ ସ୍ଵେସିଲାଇଜେସନ ଟ୍ରେନିଂ ଡକ୍ଟର ନର୍ସ ଆନି ହେଲବାର୍ଗ ନର୍ସ ଆସିଷ୍ଟାଣ୍ଟ ମେଲେନା ମୋଲାର ଏବଂ ଡାକ୍ତର ରବି ନାରାୟଣ ଦାସ ରୁମାଟୋଲୋଜିଷ୍ଟ ପ୍ରମୁଖ ଯୋଗ ଦେଇ ରୋଗୀଙ୍କ ରୋଗ ଯାଞ୍ଚ ପୂର୍ବକ ପରାମର୍ଶ ଦେଇଛନ୍ତି । ତେବେ ବିଦେଶୀ ଡାକ୍ତରଙ୍କ ନିକଟରେ ଜଣେ ଓଡ଼ିଆ ଅନୁବାଦକ ସମସ୍ତ ରୋଗୀଙ୍କ ରୋଗ ବାବଦରେ ସୂଚନା ପ୍ରଦାନ କରୁଥିବା ସମୟରେ ବିଦେଶୀ ଡାକ୍ତରଗଣଙ୍କ ପ୍ରତ୍ୟେକ ରୋଗୀଙ୍କୁ ପୁଙ୍ଖାନୁପୁଙ୍ଖ ନୀରିକ୍ଷଣ ଏକ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିଥିଲା । ଶ୍ରୀମା ଶ୍ରୀ ଅରବିନ୍ଦ ଯୋଗ ସେବା କେନ୍ଦ୍ରର ସଭାପତି ଡାକ୍ତର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏଭଳି ଜନହିତକର ସ୍ୱାସ୍ଥ୍ୟ ଶିବିର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଖୁବ ଉପାଦେୟ ବୋଲି ଆଲୋଚନା ହୋଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୂରଭଞ୍ଜ: ଚକଚକ ବାହାର, ଭିତର ଫମ୍ପର .. ବଡ଼ସାହି ସିଏଚସି