ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ବାଲିଗୁଡା ତା 29/10/26 ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ରାସ୍ତାରେ ପୁଣି ଭୂସ୍ଖଳନ ଘଟିଛି । ଗୁରୁବାର ଆନ୍ଧାରୀକୋଟି ନିକଟରେ ପାହାଡ଼ ଉପରୁ ଏକ ବିଶାଳ ପଥର ଖସି ରାସ୍ତା ଉପରେ ହପଡିଛି । ସୂଚନା ଅନୁଯାୟୀ, ଏହି ସ୍ଥାନଟି ଜାତୀୟ ରାଜପଥ-୧୫୭ର ଅଂଶ । ଗତ ସେପ୍ଟେମ୍ବର ୨୪ ତାରିଖରେ ଲଗାଣ ବର୍ଷା ଯୋଗୁଁ ଏହି ଅଞ୍ଚଳର ରାସ୍ତା ଧୋଇ ହୋଇଯାଇଥିଲା ଯାହା ଫଳରେ ଯାନବାହାନ ଯାତାୟାତ ବନ୍ଦ ହୋଇଯାଥିଲା । ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା. ଏହି ମରାମତି କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ନଥୂବାବେଳେ ପୁଣି ଭୂସ୍ଖଳନ ଘଟିବା ଚିନ୍ତା ବଢ଼ାଇଛି । କଳିଙ୍ଗା ଘାଟ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ଗୁରୁତ୍ବପୂର୍ଣ୍ନ ରାସ୍ନା। ଆନ୍ଧାରୀକୋଟ ନିକଟରେ ବାରମ୍ବାର ଭୂସ୍ଖଳନ ଓ ମାଟି ଧସିବା ଘଟଣା ଘଟୁଥିବାରୁ ରାସ୍ତାର ସୁରକ୍ଷା ପାଇଁ ପ୍ରତିରୋଧକ ପାଚେରି ନିର୍ମାଣ କାର୍ଯ୍ୟ ଚାଲିଥ୍ଲା । ତେବେ ନୂତନ ଭୂସ୍ଖଳନ ଯୋଗୁଁ ଚାଲୁଥିବା ମରାମତି ଓ ସୁରକ୍ଷା କାର୍ଯ୍ୟ ଆହୁରି ଜଟିଳ ହୋଇପଡ଼ିଛି । ଲଗାଣ ବର୍ଷା ଲାଗି ରହିଥିବାରୁ ଏହି ଘାଟି ରାସ୍ତାରେ ଯାତାୟାତକୁ ନେଇ ଚିନ୍ତା ବଢ଼ିଛି।






