ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କୋରାପୁଟ ମାଲକାନଗିରି ବରଗଡ଼ କେନ୍ଦ୍ରାପଡ଼ା

Titilagarh Lacking Safety Measures: ଟିଟିଲାଗଡରେ ଦୀପାବଳି ବାଣ ବଜାର: ସୁରକ୍ଷା ବିନା ପ୍ରଶାସନର ମନମୁଖୀ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

Titilagarh Lacking Safety Measures: ଟିଟିଲାଗଡରେ ଦୀପାବଳି ବାଣ ବଜାର: ସୁରକ୍ଷା ବିନା ପ୍ରଶାସନର ମନମୁଖୀ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ – ସମୀକ୍ଷା ଖବର

ସନ୍ତୋଷ କୁମାର ପଟ୍ଟନାୟକ /ସମୀକ୍ଷା ନ୍ୟୁଜ୍/ଟିଟିଲାଗଡ:

ଆଲୋକର ପର୍ବ ଦୀପାବଳି ପାଇଁ ଚତୁର୍ଦ୍ଦିଗରେ ଉତ୍ସାହର ବାତାବରଣ ଥିବାବେଳେ, ଟିଟିଲାଗଡ ସହରରେ ପ୍ରଶାସନର ଏକ ବଡ଼ଧରଣର ଅବହେଳା ଓ ବିଫଳତା ସାମ୍ନାକୁ ଆସିଛି। ସହରର ଡି.ଏ.ଭି. (DAV) ମହାବିଦ୍ୟାଳୟ ଖେଳପଡ଼ିଆରେ ବାଣ ବିକ୍ରି ପାଇଁ ଷ୍ଟାଣ୍ଡ୍ ବା ଦୋକାନଗୁଡ଼ିକୁ ଅନୁମତି ଦିଆଯାଇଥିଲେ ହେଁ, ସେଠାରେ ସୁରକ୍ଷାର କୌଣସି ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ଲାଇସେନ୍ସ ନାମରେ ବାଣ ବାଣିଜ୍ୟକାରୀଙ୍କଠାରୁ ଅର୍ଥ ଆଦି ନିଆଯାଇଥିଲେ ମଧ୍ୟ ଜନସାଧାରଣ ଓ ଦୋକାନୀଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଦମକଳ ଗାଡ଼ିର ଅଭାବ: ବାଣ ଭଳି ବିପଜ୍ଜନକ ସାମଗ୍ରୀ ବିକ୍ରି ହେଉଥିବା ସ୍ଥାନରେ କୌଣସି ଅଗ୍ନିଶମ ବାହିନୀ (Fire Service) ଗାଡ଼ି କିମ୍ବା ଜରୁରୀକାଳୀନ ସେବା ମହଜୁଦ ନାହିଁ। ଚିକିତ୍ସା ସେବା ନାହିଁ: ସେଠାରେ କୌଣସି ଆମ୍ବୁଲାନ୍ସ କିମ୍ବା ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇନାହିଁ।ସଚେତନତାର ଅଭାବ: ପ୍ରଶାସନ କିମ୍ବା ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର (loudspeaker) ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉନି।

Titilagarh Lacking Safety Measures: ଟିଟିଲାଗଡରେ ଦୀପାବଳି ବାଣ ବଜାର: ସୁରକ୍ଷା ବିନା ପ୍ରଶାସନର ମନମୁଖୀ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ – ସମୀକ୍ଷା


ପୌର ପ୍ରଶାସନର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ,ଆଗକୁ ପୌର ପରିଷଦ ନିର୍ବାଚନ ଥିବାରୁ ଏହି ଘଟଣା ପଛରେ କିଛି ଅନ୍ତଃକୂଳ ରାଜନୈତିକ ଚାପ କିମ୍ବା ପ୍ରଶାସନିକ ଅନିଚ୍ଛାକୃତ ଭୁଲ୍ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବରୁ ନିର୍ବାହୀ ଯନ୍ତ୍ରୀ ବଜାରରୁ ପଲିଥିନ୍ ଜବତ କରିବାକୁ ନେଇ ଚର୍ଚ୍ଚାରେ ଥିଲେ, ହେଲେ ଏଭଳି ଏକ ସମ୍ବେଦନଶୀଳ ଓ ପ୍ରାଣାନ୍ତକ ବିଷୟରେ ପୌରାଧ୍ୟକ୍ଷାଙ୍କୁ ଅବଗତ କରାଯାଇଥିଲା କି ନାହିଁ, ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।ଯଦି ଅଘଟଣ ଘଟେ, ଦାୟୀ କିଏ?ଭଗବାନ ନ କରନ୍ତୁ, ଯଦି ବାଣ କିଣିବାକୁ ଆସିଥିବା ହଜାର ହଜାର ଜନସାଧାରଣଙ୍କ ଭିତରେ କୌଣସି ଅଗ୍ନିକାଣ୍ଡ ଘଟେ, ତେବେ ଏହାର ଦାୟୀ କିଏ ନେବ?”— ଏହି ପ୍ରଶ୍ନ ଏବେ ଟିଟିଲାଗଡ଼ର ପ୍ରତିଟି ଗଳିରେ ଗୁଞ୍ଜରିତ ହେଉଛି। ପ୍ରଶାସନ କେବଳ ଟଙ୍କା ଆଦି କମାଇବା ପାଇଁ ଲୋକଙ୍କ ଜୀବନକୁ ବାଜି ଲଗାଉଛି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରାଯାଇଛି।
ଜନସାଧାରଣଙ୍କ ଦାବି ହେଉଛି— “ପ୍ରଥମେ ସୁରକ୍ଷା, ପରେ ବ୍ୟବସାୟ।” ତେଣୁ ପ୍ରଶାସନ ତୁରନ୍ତ ଏହି ଖେଳପଡ଼ିଆରେ ଅଗ୍ନିଶମ ଗାଡ଼ି ଏବଂ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରୁ, ନଚେତ୍ ଏହା ଏକ ବଡ଼ ଦୁର୍ଘଟଣାର ଆମନ୍ତ୍ରଣ ହୋଇ ରହିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Human Sagar Memorial Award Event: ସ୍ବର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସ୍ମୃତିସମ୍ମାନ କାର୍ଯ୍ୟକ୍ରମ ନେଇ ପ୍ରେସ ମିଟ