ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ:
ନୂଆପଡ଼ା, ୧୩/୧୧: ସାମାଜିକ ସୁରକ୍ଷା ପେନ୍ସନ୍ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ସୁବ୍ୟବସ୍ଥିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ (UPMP)ର ବ୍ଲକସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି କୋମନା ବ୍ଲକ ପଂଚାୟତ ସମିତି ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂୟା କୁମ୍ଭାର ବ୍ଲକ ଅଧ୍ୟକ୍ଷା କୋମନା ଯୋଗଦେଇ ପେନ୍ସନ୍ ବ୍ୟବସ୍ଥାରେ ଏହି ନୂତନ ଡିଜିଟାଲ୍ ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପାଖାପାଖି 250 ଜଣ ନୂତନ ହିତାଧିକାରୀଙ୍କୁ ପେନ୍ସନ୍ ପ୍ରଦାନ କରାଯାଇଥିଲା। ତତ ସହିତ ଉକ୍ତ ମଞ୍ଚ ରେ ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଅବନୀ ରଂଜନ ଯୋଶୀ, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ ଓ ଭକ୍ତ ବନ୍ଧୁ ବୁଡ଼େକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିକ୍ରାପଡା ସରପଞ୍ଚ ଯମୁନା ହରିଜନ, ମୁଣ୍ଡାପଲା ସରପଞ୍ଚ ରାଣୀ ମାଝୀ, ସିଲଭା ସରପଞ୍ଚ କାଞ୍ଚନପ୍ରଭା ରଣା, କୋନାବିରା ସରପଞ୍ଚ ମିଥିଲା ନାଏକ ମଞ୍ଚାଶୀନ ଥିଲେ। ଆଉ ମଧ୍ୟ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟମାନେ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏମବିକେ, ସିଆରପି, ବୁଦ୍ଧି ଜୀବି ଓ ଜନସାଧାରଣ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ କୋମନା ବିଡିଓ ପବିତ୍ର କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ପୋର୍ଟାଲ ମାଧ୍ୟମରେ ପେନ୍ସନ୍ ଆବେଦନ ଓ ପ୍ରଦାନ ପ୍ରକ୍ରିୟା ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ ହେବା ସହ ଯୋଗ୍ୟ ହିତାଧିକାରୀମାନେ ଠିକ୍ ସମୟରେ ପେନ୍ସନ୍ ପାଇପାରିବେ। ଏହାର ସଫଳ ରୂପାୟନ ପାଇଁ ପଞ୍ଚାୟତସ୍ତରରେ ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ସକ୍ରିୟ ସହଯୋଗ ସହ ଜନସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ଭତ୍ତା ହିତାଧିକାରୀ ସଂଖ୍ୟା ମଧ୍ୟରେ ଟିକ୍ରାପଡା ଗ୍ରାମପଞ୍ଚାୟତ ର 43 ଜଣ ହିତାଧିକାରୀମାନେ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେଥିପାଇଁ ଉପସ୍ଥିତ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ବୃନ୍ଦ ଓ ହିତାଧିକାରୀମାନେ ସରପଞ୍ଚ ଯମୁନା ହରିଜନ ଓ ସାମାଜିକକର୍ମୀ ପ୍ରସନ୍ନ କୁମାର ତାଣ୍ଡି କୁ ସମସ୍ତେ ପ୍ରଶଂସା ଓ ସାଧୁବାଦ ଜଣାଇଥିଲେ। ସମସ୍ତ ଏଥିରେ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ, ପେନ୍ସନ୍ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହିତେଶ ଆଡ଼ବାହି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଦୁଃଖନାଶନ ଭୋଇ ସହ ଅନ୍ୟାନ୍ୟ ବ୍ଲକର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।





