ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ନୂଆପଡ଼ା ବରଗଡ଼ ନୟାଗଡ଼

SBI-RSETI Women’s Tailoring: ଏସ୍‌ବିଆଇ-ଆରସେଟିରେ ମହିଳା ଟେଲରିଂ ପ୍ରଶିକ୍ଷାର୍ଥୀଙ୍କ ସହ ସିଡିଓ ଓ ଜିଏମ୍, ଡିଆଇସିଙ୍କ ମତବିନିମୟ

SBI-RSETI Women’s Tailoring: ଏସ୍‌ବିଆଇ-ଆରସେଟିରେ ମହିଳା ଟେଲରିଂ ପ୍ରଶିକ୍ଷାର୍ଥୀଙ୍କ ସହ ସିଡିଓ ଓ ଜିଏମ୍, ଡିଆଇସିଙ୍କ ମତବିନିମୟ – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ସମୀକ୍ଷା ନ୍ୟୁଜ:

ଦକ୍ଷତା ବିକାଶ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ

ନୂଆପଡ଼ା ତାରିଖ -19-11-2026 ନୂଆପଡ଼ାସ୍ଥିତ ଏସ୍‌ବିଆଇ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ବିଆଇ-ଆରସେଟି) ପରିଦର୍ଶନ କରି ଆଜି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-କମ୍-ନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଧରୁଆ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ନୂଆପଡ଼ାର ସାଧାରଣ ପରିଚାଳକ (ଜିଏମ୍) ଶ୍ରୀ ସମୀର ମୁଦୁଲି ମହିଳା ଟେଲରିଂ ପ୍ରଶିକ୍ଷାର୍ଥୀଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ସେମାନେ ଦକ୍ଷତା ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ନିଜସ୍ୱ ଉଦ୍ୟୋଗ ସ୍ଥାପନ କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଟେଲରିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୩ ଅକ୍ଟୋବରରୁ ଆରମ୍ଭ ହୋଇ ୨୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ନୂଆପଡ଼ା ଜିଲ୍ଲାର ପାଞ୍ଚଟି ବ୍ଲକ୍‌ରୁ ୩୪ ଜଣ ଯୁବତୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ପ୍ରବାସୀ ପରିବାରର ସଦସ୍ୟ। ସ୍ଥାନୀୟ ସ୍ତରରେ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି ସିଡିଓ-କମ୍-ଇଓ ଶ୍ରୀ ଧରୁଆ କହିଥିଲେ ଯେ, ଦକ୍ଷତା ବିକାଶ ହେଉଛି ଆତ୍ମନିର୍ଭରଶୀଳତାର ମୂଳ ଆଧାର। ପ୍ରଶିକ୍ଷଣ ସମାପ୍ତ ପରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ନିଜସ୍ୱ ଉଦ୍ୟମ ଆରମ୍ଭ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ପ୍ରଶିକ୍ଷଣ ପରବର୍ତ୍ତୀ ସମୟରେ ସ୍ୱରୋଜଗାର ସ୍ଥାପନ, ସରକାରୀ ଯୋଜନାର ସୁଯୋଗ ହାସଲ ଏବଂ ଜୀବିକା ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

SBI-RSETI Women’s Tailoring: ଏସ୍‌ବିଆଇ-ଆରସେଟିରେ ମହିଳା ଟେଲରିଂ ପ୍ରଶିକ୍ଷାର୍ଥୀଙ୍କ ସହ ସିଡିଓ ଓ ଜିଏମ୍, ଡିଆଇସିଙ୍କ ମତବିନିମୟ – ସମୀକ୍ଷା

ସେହିପରି ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ (ଜିଏମ୍) ଶ୍ରୀ ମୁଦୁଲି ପ୍ରଶିକ୍ଷାର୍ଥୀମାନଙ୍କୁ ନିଜର ଦକ୍ଷତା ଓ କୌଶଳକୁ ଉଦ୍ୟୋଗରେ ପରିଣତ କରିବା ସହ ଉଦ୍ୟୋଗୀ ମନୋଭାବ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ସ୍ୱରୋଜଗାରମୂଳକ ଯୋଜନାର ସୁଯୋଗ ନେଇ ନିଜସ୍ୱ ରୋଜଗାର ସୃଷ୍ଟି କରିବାକୁ ସେ ଉତ୍ସାହିତ କରିଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନେ ନିଜ ଅନୁଭୂତି ବାଣ୍ଟି କହିଥିଲେ ଯେ, ଏସ୍‌ବିଆଇ-ଆରସେଟି ପକ୍ଷରୁ ଯୋଗାଇ ଦିଆଯାଉଥିବା ନିଶୁଳ୍କ ଆବାସିକ ପ୍ରଶିକ୍ଷଣ ସହ ଅଧ୍ୟୟନ ସାମଗ୍ରୀ, ଖାଦ୍ୟ ଓ ରହଣି ବ୍ୟବସ୍ଥା ସେମାନଙ୍କ ମନରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ପ୍ରଶିକ୍ଷଣ ଶେଷ ପରେ ନିଜସ୍ୱ ଟେଲରିଂ ୟୁନିଟ୍ ସ୍ଥାପନ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ସେମାନେ ଆଶା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏସ୍‌ବିଆଇ-ଆରସେଟିର ନିର୍ଦ୍ଦେଶକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପ୍ରଶିକ୍ଷାର୍ଥୀଙ୍କ ଅଗ୍ରଗତି ଏବଂ ପ୍ରଶିକ୍ଷଣ ପରବର୍ତ୍ତୀ ସ୍ୱରୋଜଗାର ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ଗ୍ରାମୀଣ ମହିଳାଙ୍କ ଦକ୍ଷତା ବିକାଶ, ଆର୍ଥିକ ସଶକ୍ତିକରଣ ଓ ସ୍ୱରୋଜଗାର ସୃଷ୍ଟି ଦିଗରେ ଏସ୍‌ବିଆଇ-ଆରସେଟି, ନୂଆପଡ଼ାର ଏହି ପଦକ୍ଷେପକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Dhanoharbelari Village Cyclone Shelter: ଧନୋହରବେଳାରୀ ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି