ଭଗବାନ ମହାନ୍ତି / ଜିଲ୍ଲା ପ୍ରତିନିଧି / ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 19/11 : ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଅକବାନ ପାଇଁ ପ୍ରସ୍ତୁତି ଜାରି ରଖିଛି | ଜିଲାର ସମୁଦ୍ରକୁ ଲାଗିଥିବା ମାରୀଚପୁର ପଞ୍ଚାୟତର ଧନୋହରବେଳାରୀ ଗ୍ରାମର ଅଧିବାସୀ ମାନଙ୍କୁ ତାଙ୍କ କୁଡ଼ିଆରୁ ଖାଲିକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେବାର ଦୃଶ୍ୟ ସାମ୍ନାକୁ ଆଣିଛି | ପ୍ରକାଶ ଯୋଗ୍ୟ ଜଗତସିଂହପୁର ଜିଲ୍ଲା ଏକ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା |ଏହାର ସମୁଦ୍ରକୁ ଲାଗିଥିବା ବ୍ଲକ ମଧ୍ୟରେ ବାଲିକୁଦା, ଏରସମା, କୁଜଙ୍ଗ ଓ ପାରାଦ୍ୱୀପ ପୌରପାଳିକା |ବାତ୍ୟାର ସଦ୍ୟ ଖବର ଅନୁଯାଇ ଓଡିଶା ଓ ଆନ୍ଧ୍ର ଉପକୂଳରେ ସ୍ଥଳଭାଗକୁ ଛୁଇଁବ ଅକବାନ 20ତାରିଖରେ |ଜଗତସିଂହପୁର ପ୍ରଶାସନ ଦ୍ୱାରା ରେଡ ଆଲର୍ଟ କରାଯାଇଛି |ଆଜିଠାରୁ ଅକବାନ ପ୍ରକୋପରେ ଜଗତସିଂହପୁରରେ ସକାଳୁ ତୁହାକୁ ତୁହା ବର୍ଷା ହୋଇଚାଲିଛି | ପ୍ରଶାସନ ଜିଲାରେ 11000 ଲୋକଙ୍କୁ ସମୁଦ୍ର କୂଳ ଅଞ୍ଚଳରୁ ଖାଲିକରି 60ଟି ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାର ଯୋଜନା କରିଛି | ସେହି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ 4200 ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଗଲାଣି |

ସମୁଦ୍ରକୁଳ ବ୍ଲକ ବାଲିକୁଦାର ମାରୀଚପୁର ପଞ୍ଚାୟତର ଧନୋହରବେଲାରୀ ଯିଏ ସମୁଦ୍ର କୁଳବର୍ତ୍ତୀ ଗ୍ରାମ ସେଠାରୁ ପ୍ରଶାସନ ଖାଲି କରିବାର ଦେଖା ଦେଇଛି | ଜିଲ୍ଲାପାଳ ଜେ ସୋନାଲଙ୍କୁ ପ୍ରଶ୍ନକଲାରୁ ଏହିସବୁ ତଥ୍ୟ ଦେବାସହ କହିଛନ୍ତି ତାଙ୍କର ସବୁଠାରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଲାଗିଛନ୍ତି | ବୃଦ୍ଧ, ଅସହାୟ, ମହିଳା, ଶିଶୁ, କୃଷକ, ମସ୍ୟଜୀବୀ ଆଦି ସବୁବ୍ୟକ୍ତିଙ୍କୁ ସମୁଦ୍ର କୂଳ ଅଞ୍ଚଳରୁ ଖାଲିକରି ଆଶ୍ରୟ ସ୍ଥଳକୁ ଆଣିବା ପାଇଁ କାର୍ଯ୍ୟ କରାଯାଉଛି |କୁସୁପୁର ପଞ୍ଚାୟତ କଥା ପଚାରିବାରୁ କହିଥିଲେ ସେଠାରେ ମଧ୍ୟ ପ୍ରଶାସନିକ ଅଧିକାରୀ ଲାଗିଛନ୍ତି ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ଆଣିବାପାଇଁ | ଲୋକଙ୍କ ପାଇଁ ଖାଦ୍ୟ, ଔଷଧ ପିଇବାପାଣି, କପଡା, ଜାଳେଣି ସାମଗ୍ରୀ ଉପଲବ୍ଧ କରାଯାଇଛି | ଧନୋହରବେଳାରୀର ସମାଜସେବୀ ଉପେନ୍ଦ୍ର ଜେନା ଙ୍କୁ ପଚାରିବାରୁ କହିଛନ୍ତି ତାଙ୍କ ଗ୍ରାମର ରେଡ କ୍ରସ ଆଶ୍ରୟସ୍ଥଳୀ ରେ ଲୋକମାନଙ୍କୁ ରଖାଯାଉଛି | ସେମାନେ ପ୍ରଶାସନ ସହ ମିଶି କାମ କରୁଛନ୍ତି |କୁସୁପୁର ପଞ୍ଚାୟତର ସମାଜସେବୀ ଦୈତାରୀ ପ୍ରଧାନ ଙ୍କୁ ପ୍ରଶ୍ନ କଲାରୁ କହିଛନ୍ତି ଜେ ସେମାନେ ପ୍ରଶାସନ ସହ ମିଶି ବାତ୍ୟା ନିରାପତ୍ତା ପାଇଁ ସକାଳୁ କାର୍ଯ୍ୟରତ ଅଛନ୍ତି | ନନ୍ଧରା ଓ ଦଣ୍ଡାବେଦୀ ଆଶ୍ରୟସ୍ଥଳୀ ରେ ଲୋକମାନଙ୍କୁ ରଖାଯାଉଛି | ପ୍ରତେକ ଜୀବନ ମୂଲ୍ୟବାନ ତେଣୁ ସରକାର, ପ୍ରଶାସନ ଓ ସମାଜ ସମସ୍ତଙ୍କର ଶୂନ୍ୟ ବାତ୍ୟା ଜନିତ ମୃତ୍ୟୁ ଲକ୍ଷ୍ୟ ରଖା ଯାଇଛି |





