ବିଭୂତି ଭୂଷଣ ଜେନା/ ହାଟଡିହି/ କେନ୍ଦୁଝର/ସମୀକ୍ଷା ନ୍ୟୁଜ :
ହାଟଡିହି: ଶୁକ୍ରବାର ଦିନ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ହାଟଡିହି ବ୍ଲକ ସଭା ଗୃହ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିଥିଲେ। ଏଥିରେ କେନ୍ଦୁଝର ଜିଲ୍ଲାର କାର୍ଯ୍ୟ ତଦାରଖ ଅଧିକାରୀ କୁମାର ନାଗ ଭୂଷଣ ଯୋଗ ଦେଇଥିଲା ବେଳେ ସେମାନଙ୍କ ସହ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଉପାଧ୍ୟକ୍ଷ ସୋମନାଥ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ସଭା ରେ ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଙ୍କ ସହ ଆନନ୍ଦପୁର ବିଡ଼ିଓ ମନୋଜ କୁମାର ମହାନ୍ତ ଯୋଗ ଦେଇଥିଲେ। ଏହି ସଭା ରେ ହାଟଡିହି ବ୍ଲକର ସମସ୍ତ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀଙ୍କ ସହ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ବିଧ୍ୟାୟକ ଅଭିମନ୍ୟୁ ସେଠୀ ହାଟଡିହି ବ୍ଲକ ର ଯନ୍ତ୍ରୀ ମାନଙ୍କୁ ସବୁ କାର୍ଯ୍ୟ ର ସଠିକ୍ ଭାବରେ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ କୌଣସି ଅଧିକାରୀ ବିଧାୟକ ଅଭିମନ୍ୟୁ ସେଠୀ ଙ୍କ କଥା ଶୁଣୁନଥିବା ଅଭିଯୋଗ ଆଣିଥିଲେ। ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୁମାର ନାଗ ଭୂଷଣ ଙ୍କୁ ସବୁ କଥା ଅବଗତ କରାଇବା ସହ ଯନ୍ତ୍ରୀମାନେ କାମ କରିବାକୁ ଗଲେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେ କାମ କରିବାକୁ ମନା କରୁଥିବାରୁ ବିଧାୟକ ଙ୍କ ଗାଁରେ ଅନେକ ପ୍ରକଳ୍ପ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି।

ବିଜୁ ଜନତା ଦଳର ବିଧାୟକ ଅଭିମନ୍ୟୁ ସେଠୀ ଙ୍କ କୌଣସି କଥା ରହୁ ନଥିବା ରୁ ପତ୍ନୀ ସାବିତ୍ରୀ ସେଠୀ ମଧ୍ୟ ହାଟଡିହି ବ୍ଲକ ଅଧିକାରୀ ମାନଙ୍କୁ ଅନେକ ସମୟ ଧରି ସଠିକ୍ ଢଙ୍ଗ ରେ କାର୍ଯ୍ୟ ନକଲେ ଭିଜିଲାନ୍ସ ବିଭାଗ ଦ୍ୱାରସ୍ତ ହେବେ ବୋଲି ସୂଚନା ଦେଇଛନ୍ତି। ଯାହାକୁ ନେଇ ବିଧାୟକ ଅଭିମନ୍ୟୁ ସେଠୀ କହିଥିଲେ ଆନନ୍ଦପୁର ବ୍ଲକ ରେ ସବୁ ସଠିକ୍ ଭାବରେ କାର୍ଯ୍ୟ ଚାଲୁଥିବା ବେଳେ ହାଟଡିହି ବ୍ଲକ ରେ ଅନେକ ରାଜନୀତି ଦେଖିବାକୁ ମିଳୁଛି ଏହାକୁ ବରଦାସ୍ତ କରାଯିବ ନାହିଁ। ଏହାକୁ ନେଇ କୁମାର ନାଗଭୂଷଣ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ରେ ଏମିତି ହେଲେ ବିକାଶ ର ଲମ୍ବା ସମୟ ରହିଛି ଜିଲ୍ଲା ରେ ଅର୍ଥ ର ଅଭାବ ନାହିଁ ତେଣୁ ସମନ୍ୱୟ ରକ୍ଷା କରି ବ୍ଲକ ରେ ଉନ୍ନତି କାର୍ଯ୍ୟ କରନ୍ତୁ। ଏହାକୁ ନେଇ ବ୍ଲକ ଯନ୍ତ୍ରୀ ମାନେ କହିଛନ୍ତି ରାଜନୀତି ଚେପା ରେ ଆମେ କିପରି ଚାକିରି ରଖିବୁ ବର୍ତ୍ତମାନ ବହୁତ୍ ଟେସନ ରେ ରହୁଛୁ। ଏପଟେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ରେ ବିକାଶ କାର୍ଯ୍ୟ ଅଟକିବ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଆଭିମୁଖ୍ୟ,ସେପଟେ ଆନନ୍ଦପୁର ବିଧାୟକ ଙ୍କ ଚାପ ରେ ଚେପା ବ୍ଲକ ଅଧିକାରୀ ଯାହାକୁ ନେଇ ବ୍ଲକ ରେ ରାଜନୈତିକ ମହଲରେ ସାମାନ୍ୟ ଉଷ୍ମତା ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ହେଉଛି।






