ବିଭୂତି ଭୂଷଣ ଜେନା/ ହାଟଡିହି/ କେନ୍ଦୁଝର/ସମୀକ୍ଷା ନ୍ୟୁଜ :
ହାଟଡିହି: ଶୁକ୍ରବାର ଦିନ ହାଟଡିହି ବ୍ଲକ କାର୍ଯ୍ୟାଳୟରେ ୨୬୧୨ ଜଣ ହିତାଧିକାରୀ ଙ୍କୁ ବ୍ଲକ ପ୍ରସାଶନ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ରେ ଉଦଘାଟନ କରିବା ପରେ ପ୍ରତି ବ୍ଲକ ରେ ପୂର୍ବରୁ ପାଇବାକୁ ଥିବା ଭତ୍ତା ହିତାଧିକାରୀ ଙ୍କୁ ଶୁକ୍ରବାର ଦିନ ପ୍ରଦାନ ଭତ୍ତା ପ୍ରଦାନ କରାଯାଇଛି। ଏହି ଯୋଜନା ରେ ହାଟଡିହି ବ୍ଲକ ରେ ପୂର୍ବରୁ ୧୪୯୦୨ ଜଣ ଙ୍କୁ ଭତ୍ତା ଦିଆଯାଉଥିବା ବେଳେ ଏବେ ଆଉ ନୂଆ କରି ୨୬୧୨ ଜଣ ଙ୍କୁ ଏହି ଯୋଜନା ରେ ସାମିଲ କରାଗଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଅଭିମନ୍ୟୁ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଏବିଡ଼ିଓ ରଶ୍ମି ନାଇକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ସିଂ, ଏସ ପ୍ରତୀକ ଆନନ୍ଦ, ରାଜେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ହାଟଡିହି ବ୍ଲକ ର ଅନେକ ପଞ୍ଚାୟତ ର ଲୋକଙ୍କୁ ସାମିଲ କରାଯାଇଥିବା ବେଳେ ପାଇନଥିବା ଲୋକେ ପଞ୍ଚାୟତ ରୁ ନେଇ ପାରିବେ।






