ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦୀପ: ଦୀର୍ଘ ଦିନର ନ୍ୟାଯ୍ୟ ଦାବି ପୂରଣ ନେଇ ଆଜି ପାରାଦୀପ ବନ୍ଦରର ବହୁ ସଂଖ୍ୟକ ଡି.ଏଲ୍.ଆର୍ (DLR) ଏବଂ ଠିକା ଶ୍ରମିକ ‘ଶ୍ରମିକ ଏକତା ମଞ୍ଚ’ ବ୍ୟାନରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ପାରାଦୀପ ପୋର୍ଟ ଟ୍ରେଡ଼ ୟୁନିୟନ ମିଳିତ ସମନ୍ୱୟ କମିଟି’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକମାନେ ନିଜର ହକ୍ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ବିକ୍ଷୋଭକାରୀମାନେ ଧରିଥିବା ବ୍ୟାନରରେ “ଆସନ୍ତୁ, ଏକତାର ସ୍ୱରକୁ ଆହୁରି ଶକ୍ତିଶାଳୀ କରିବା” ବୋଲି ଆହ୍ୱାନ ଦିଆଯାଇଥିଲା। ବନ୍ଦର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଡି.ଏଲ୍.ଆର୍ ଓ ଠିକା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମାଧାନରେ ହେଉଥିବା ବିଳମ୍ବକୁ ନେଇ ୟୁନିୟନ ନେତା ଓ ଶ୍ରମିକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସେମାନଙ୍କର ଦାବି ପୂରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ଯଦି ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆନଯାଏ, ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।






