ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

street lights installation in flood :ବନ୍ୟା ପ୍ରଭାବିତ ଗଙ୍ଗାପୁର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି

street lights installation in flood :ବନ୍ୟା ପ୍ରଭାବିତ ଗଙ୍ଗାପୁର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି – ସମୀକ୍ଷା ଖବର

ମନୋଜ କୁମାର ନାୟକ / ସାମ୍ବାଦିକ / ସମୀକ୍ଷା ନ୍ୟୁଜ :

ଆସିକା, ୧୫/୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟା ଆସିକା ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ବନ୍ୟା ଜଳ ହ୍ରାସ ପାଇବା ପରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ ଏବେ ଗଙ୍ଗାପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଗ୍ରାମବାସୀଙ୍କ ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି। ଦୀର୍ଘ ଦୁଇରୁ ତିନି ମାସ ହେଲା ରାସ୍ତାକଡ଼ରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ପଡ଼ିଥିବାରୁ ସନ୍ଧ୍ୟା ହେଲେ ଅନ୍ଧକାରରେ ବୁଡ଼ି ରହୁଛି ଗାଁ।
ବିଶେଷକରି ଗଙ୍ଗାପୁର ପଞ୍ଚାୟତର ୬ ନମ୍ବର ୱାର୍ଡ ଅନ୍ତର୍ଗତ ମୁନିସାହିରେ ଏହି ସମସ୍ୟା ଗୁରୁତର ରୂପ ନେଇଛି। ବନ୍ୟା ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ସରୀସୃପ ଓ ବିଭିନ୍ନ କୀଟପତଙ୍ଗଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବାରୁ ଅନ୍ଧାର ରାସ୍ତାରେ ଯାତାୟାତ କରିବାକୁ ଗ୍ରାମବାସୀ ଭୟଭୀତ ହେଉଛନ୍ତି। ଏପରିକି ରାତିରେ ଜରୁରୀ କାର୍ଯ୍ୟରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏନେଇ ଗ୍ରାମବାସୀ ପୂର୍ବରୁ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଓ ସରପଞ୍ଚଙ୍କୁ ଅଭିଯୋଗ ଜଣାଇବା ସହ ବ୍ଲକ ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଅନେକ ସାହି ଅନ୍ଧକାରରେ ରହୁଥିବା ସେମାନେ କହିଛନ୍ତି। ଏହାର ପ୍ରତିବାଦରେ ମୁନିସାହିର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଆସିକା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅନ୍ଧକାରରେ ରହୁଥିବା ଗ୍ରାମ ଓ ସାହିଗୁଡ଼ିକରେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ସହ ଅଚଳ ଲାଇଟ୍‌ଗୁଡ଼ିକର ମରାମତି କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଓ ଅଭିଯୋଗ ପ୍ରତି ଅବହେଳା ନେଇ ଉଚିତ ତଦନ୍ତ କରିବା ସହ ଦାୟିତ୍ୱହୀନତା ବିରୋଧରେ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରୁ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।

street lights installation in flood :ବନ୍ୟା ପ୍ରଭାବିତ ଗଙ୍ଗାପୁର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର National Press Day Malkangiri:ମାଲକାନଗିରିରେ ଜାତୀୟ ପ୍ରେସ ଦିବସ,ସୁସ୍ଥ ଗଣତନ୍ତ୍ର ଗଠନରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ