ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

potential cyclone preparatory meeting Asika :ଆସିକା ବ୍ଲକ ସମିତି ଗୃହରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି ବୈଠକ

potential cyclone preparatory meeting Asika :ଆସିକା ବ୍ଲକ ସମିତି ଗୃହରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ମନୋଜ କୁମାର ନାୟକ / ସାମ୍ବାଦିକ / ସମୀକ୍ଷା ନ୍ୟୁଜ :

ଆସିକା,୧୫/୧୧ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆସିକା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୧୮ ଓ ୧୯ ତାରିଖରେ ଜିଲ୍ଲାରେ ବର୍ଷା ଓ ପବନର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସିକା ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବାତ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ସମ୍ପାଦନରେ ତତ୍ପର ରହିବା ସହ ପୂର୍ବ ଅଭିଜ୍ଞତାକୁ ଆଧାର କରି ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକସ୍ଥଳେ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ ଓ ଶୌଚାଳୟ ଆଦିର ସୁବିଧା ସୁନିଶ୍ଚିତ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ କୁହାଯାଇଥିଲା । ପଞ୍ଚାୟତସ୍ତରରେ ମାଇକ୍ ଯୋଗେ ଜନସଚେତନତା ସୃଷ୍ଟି କରାଯିବ । ଗର୍ଭବତୀ ମହିଳାଙ୍କ ଆଗୁଆ ସ୍ଥାନାନ୍ତରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରଖାଯିବ । ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ନିରୋଧୀ ଇଞ୍ଜେକ୍ସନ ସମେତ ଆବଶ୍ୟକ ଔଷଧ ମହଜୁଦ ରଖିବା, ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବା ଏବଂ ପାଇପ୍‌ଲାଇନ୍ ଯାଞ୍ଚ ଓ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍, ଅଗ୍ନିଶମ, ଟେଲିଯୋଗାଯୋଗ, ରାସ୍ତା ଓ କୋଠାବାଡ଼ି ଏବଂ ଜଳସେଚନ ବିଭାଗକୁ ମଧ୍ୟ ସଜାଗ ରହିବାକୁ ବୈଠକରେ କୁହାଯାଇଥିଲା । ସମ୍ଭାବ୍ୟ ବର୍ଷା ପୂର୍ବରୁ ପାଚିଲା ଫସଲ ଅମଳ କରିନେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି । ବ୍ଲକ୍‌ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବା ସହ ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯିବ । କୌଣସି ଅଧିକାରୀ ବିନା ଅନୁମତିରେ ମୂଖ୍ୟ କାର୍ଯ୍ୟାଳୟ ଛାଡ଼ି ନଯିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ସୂଚନା ପ୍ରଦାନ କରାଯାଇଛି । ଜରୁରୀ ପରିସ୍ଥିତିରେ ସାଧାରଣ ଲୋକେ ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ୍ କରି ସହାୟତା ଲୋଡ଼ିପାରିବେ। ୧୧୨କୁ ଆସୁଥିବା କଲ୍‌ଗୁଡ଼ିକ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ଆବଶ୍ୟକୀୟ ସହାୟତା ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ, ଏବିଡିଓ ସୁଶାନ୍ତ କୁମାର ଵେହେରା ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।

potential cyclone preparatory meeting Asika :ଆସିକା ବ୍ଲକ ସମିତି ଗୃହରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର auto-rickshaw overturned :ଆସିକା ପାକଲାପଲ୍ଲୀ ଗେଟ୍ ଛକରେ ଓଲଟିଲା ଅଟୋ, ୬ ଜଣ ଗୁରୁତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ଆହତ