ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ତାରିଖ -18/11/26
ବନ୍ଦ ହେଲା ଭିତରକନିକା ଇକୋ ରିଟ୍ରିଟ। ପେଣ୍ଠ ବେଳାଭୂମିରେ ୫ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଇକୋ ରିଟ୍ରିଟକୁ ବନ୍ଦ କରି ଦିଆଯାଇଛି। ଯେଉଁ ସ୍ଥାନରେ ଇକୋ ରିଟ୍ରିଟ ଆୟୋଜିତ ହୋଇ ଆସୁଥିଲା ସେହି ବେଳାଭୂମି ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ଯାଉଛି। ଏହି ସ୍ଥାନଟି ସିଆରଜେଡ଼ ଓ ଇକୋ ସେନସେଟିଭ ଜୋନରେ ଆସୁଥିବାରୁ ଏଠାରେ ସ୍ଥାୟୀ ଓ ଅସ୍ଥାୟୀ କାମ କରିବା ପୂର୍ବରୁ ୱ୍ହାଇଲ୍ଡ ଲାଇଫ ବୋର୍ଡ , ସିଆରଜେଡ଼ କ୍ଲିୟରାନ୍ସ ପ୍ରଥମେ ଆବଶ୍ୟକ।କୌଣସି ଅନୁମତି ନଥିବାରୁ ଚଳିତ ବର୍ଷ ଭିତରକନିକା ଇକୋ ରିଟ୍ରିଟକୁ ସମ୍ପର୍ଣ ବନ୍ଦ କରି ଦିଆଯାଇଛି। କୋଣାର୍କ ପରେ ଭିତରକନିକା ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ଅଧିକ ଭିଡ ଯମୁଥିଲା। ଅଧିକ ସଫଳତା ପାଇଥିବା ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଭିତରକନିକା ଇକୋ ରିଟ୍ରିଟ ବନ୍ଦ କରିଦିଆଯିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। ୱ୍ହାଇଲ୍ଡ ଲାଇଫ ବୋର୍ଡର ଅନୁମତି ଓ ସିଆରଜେଡ଼ କ୍ଲିୟରାନ୍ସ ନଥିବାରୁ ଚଳିତ ବର୍ଷ ଠାରୁ ଭିତରକନିକା ଇକୋ ରିଟ୍ରିଟକୁ ବନ୍ଦ କରି ଦିଆଯାଇଛି। ଭିତରକନିକା ଇକୋରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକମାନେ ଦିନରେ ଭିତରକନିକାରେ ମିନି ଆମାଜନର ଅନୁଭୂତି ସାଉଁଟିବେ ଓ ରାତିରେ ବଂଗୋପସାଗର ବେଳାଭୂମିରେ ନିଆରା ଅନୁଭୂତି ପାଇବେ ଓ ଭିତରକନିକାକୁ ପର୍ଜ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ପେଣ୍ଠ ଠାରେ ଇକୋ ରିଟ୍ରିଟ ଆୟୋଜିତ ହୋଇଆସୁଥିଲା। ଚଳିତ ବର୍ଷ ୧୬ ତାରିଖ ଠାରୁ ସାତକୋଶିଆ , ଦାରିଙ୍ଗବାଡି ଓ ହୀରାକୁଦରେ ଇକୋ ରିଟ୍ରିଟ ଆରମ୍ଭ ହୋଇସାରିଛି।ଇକୋ ରିଟ୍ରିଟ ଦ୍ୱାରା ସ୍ଥାନୀୟ ଯୁବକମାନେ ମଧ୍ୟ ରୋଜଗାର କ୍ଷମ ହୋଇପାରୁଥିଲେ। ଅନ୍ୟପଟେ ଚଳିତ ବର୍ଷ ଇକୋ ରିଟ୍ରିଟ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ଅନୁମତି ଆବେଦନ କରାଯାଇନଥିଲା ବୋଲି କହିଛନ୍ତି ରାଜନଗର ଡ଼ିଏଫଓ।






