ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

Janjatiya Gaurav Divas: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ

Janjatiya Gaurav Divas: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ – ସମୀକ୍ଷା ଖବର

ବସନ୍ତ ପେଗୋଡୋ /ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ:

୪୬ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ୩୬ ଲକ୍ଷ ୯୭ ହଜାର ୨୦୦ ଟଙ୍କାର ସହାୟତା ପ୍ରଦାନ

କୋରାପୁଟ: 15/11/26 ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ 151ତମ ଜନ୍ମଜୟନ୍ତୀ ଅବସରରେ ନଭେମ୍ବର 15 ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ କୋଲାରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟଠାରେ ଏକ ସ୍ୱତନ୍ତ୍ର ହିତାଧିକାରୀ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଓ ଜନଜାତୀୟ ଗୌରବ ଦିବସ-2026 ପାଳନ କରାଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ (SDC), କୋରାପୁଟର ଅଧ୍ୟକ୍ଷ ଭଗବାନ ମୁଦୁଲି, ସାଂସଦଙ୍କ ପ୍ରତିନିଧି ନରେନ୍ଦ୍ର କାନ୍ଧୁଲିଆ, ଜୟପୁର ITDAର ପ୍ରକଳ୍ପ ପ୍ରଶାସକ ତୃପ୍ତି ବାରାଇ, କୋରାପୁଟ ITDAର ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ସ୍ନେହପ୍ରଭା ମାଝୀ, ବୋଇପାରିଗୁଡ଼ା ବିଡିଓ ସୁବ୍ରତ କୁମାର ସାହୁ, କୋରାପୁଟ SDCର ଉପାଧ୍ୟକ୍ଷ, ସହିଦ ଲକ୍ଷ୍ମଣ ନାୟକଙ୍କ ନାତି ଶ୍ରୀ ବାଣସିଂ ମାଝୀ ଏବଂ ଜନଜାତି ନେତା ତଥା ସମାଜସେବୀ ଶିବ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Janjatiya Gaurav Divas: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ – ସମୀକ୍ଷା

କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ 46 ଜଣ ଜନଜାତି ହିତାଧିକାରୀଙ୍କୁ 36,97,200 ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ଏଥିମଧ୍ୟରେ ଶିକ୍ଷା ସହାୟତା ବାବଦରେ 8 ଜଣଙ୍କୁ 62,200 ଟଙ୍କା, ବିବାହ ସହାୟତା ବାବଦରେ ୩ ଜଣଙ୍କୁ 1,50,000 ଟଙ୍କା, ମାତୃତ୍ୱକାଳୀନ ସହାୟତା ବାବଦରେ13 ଜଣଙ୍କୁ 1,30,000 ଟଙ୍କା, ମୃତ୍ୟୁକାଳୀନ ସହାୟତା ବାବଦରେ 11ଜଣଙ୍କୁ 3,30,0000 ଟଙ୍କା ଏବଂ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ 11 ଜଣଙ୍କୁ 55,000 ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହିତ 11 ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ପଞ୍ଜୀକରଣ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ତ୍ୟାଗ, ସଂଘର୍ଷ ଓ ଜନଜାତି ସମାଜର ଅଧିକାର ଏବଂ ସ୍ୱାଭିମାନ ରକ୍ଷା ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଜନଜାତି ସମାଜର ସାମଗ୍ରିକ ବିକାଶ, ଶିକ୍ଷା, ଜୀବିକା ଓ ସାମାଜିକ ସୁରକ୍ଷା ଦିଗରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଜୟପୁର ଡିଭିଜନାଲ ଲେବର କମିଶନର, କୋରାପୁଟ ଓ ଜୟପୁରର ସହକାରୀ ପ୍ରକଳ୍ପ ପ୍ରଶାସକ (ITDA), ଜିଲ୍ଲା ମଙ୍ଗଳ ଅଧିକାରୀ, କୋରାପୁଟ, ଜୟପୁରର ଶ୍ରମ ଅଧିକାରୀ (ଏନଫୋର୍ସମେଣ୍ଟ) ଓ ଶ୍ରମ ଅଧିକାରୀ (ୱେଲଫେୟାର)ଙ୍କ ସମେତ ବୋଇପାରିଗୁଡ଼ା ବ୍ଲକ୍‌ର ବିଭିନ୍ନ ଅଧିକାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବାର ଦାୟିତ୍ୱ ତେନ୍ତୁଳିଗୁମ୍ମା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାବତ ନିର୍ବାହ କରିଥିଲେ।

Janjatiya Gaurav Divas: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Inauguration of Koraput Parab 2026: କୋରାପୁଟ ପରବ 2026ର ଶୁଭାରମ୍ଭ