ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

National Press Day Observed: ଜାତୀୟ ପ୍ରେସ୍ ଦିବସ ପାଳିତ

National Press Day Observed: ଜାତୀୟ ପ୍ରେସ୍ ଦିବସ ପାଳିତ – ସମୀକ୍ଷା ଖବର

ବସନ୍ତ ପେଗୋଡୋ /ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ:

ଲୋକପ୍ରିୟତା ନୁହେଁ, ସାମ୍ବାଦିକତାର ପରିଚୟ ହେଉ କର୍ତ୍ତବ୍ୟବୋଧ ଓ ନୈତିକତା

ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ଗଣମାଧ୍ୟମ; ଦାୟିତ୍ୱବାନ ସାମ୍ବାଦିକତା ଉପରେ ଗୁରୁତ୍ୱ

କୋରାପୁଟ: 16/11/26 ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ–୨୦୨୬ ପାଳିତ ହୋଇଯାଇଛି।ସଭାଗୃହଠାରେ ଆୟୋଜିତ ଏହି ସମାରୋହରେ ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସାମ୍ବାଦିକତା ବିଭାଗର ମୁଖ୍ୟ ଡ. ସୌରଭ ଗୁପ୍ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଏବଂ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଧାରାଣୀ ସରକାରଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ। ଆଲୋଚନାରେ ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ଗଣତନ୍ତ୍ରର ଏକ ମୁଖ୍ୟ ସ୍ତମ୍ଭ ଏବଂ ଜନସାଧାରଣଙ୍କ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଖବରର ଲୋକପ୍ରିୟତା ଓ ଦର୍ଶକ ସଂଖ୍ୟା ବୃଦ୍ଧି ଅପେକ୍ଷା ସତ୍ୟତା, ନିରପେକ୍ଷତା, ବିଶ୍ୱସନୀୟତା ଓ ନୈତିକତାକୁ ଅଗ୍ରାଧିକାର ଦେବା ଆବଶ୍ୟକ। ଭୁଲ୍ ଖବର ଓ ଅପପ୍ରଚାରରୁ ଦୂରେଇ ରହି ତଥ୍ୟଭିତ୍ତିକ ଖବର ପରିବେଷଣ କରିବା ସାମ୍ବାଦିକମାନଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା। ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ ସ୍ଫୂର୍ତ୍ତିପୂର୍ଣ୍ଣ ଭାବେ ଯୋଗଦେଇ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନିଜ ନିଜର ମତାମତ, ଅନୁଭୂତି ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଏଥିସହ ସାମ୍ବାଦିକତାରେ ନୈତିକତା, ନିରପେକ୍ଷତା ଓ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ମତବିନିମୟ ହୋଇଥିଲା।
ଏହି ଅବସରରେ ସାମ୍ବାଦିକତାର ମର୍ଯ୍ୟାଦା, ସାମାଜିକ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

National Press Day Observed: ଜାତୀୟ ପ୍ରେସ୍ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Janjatiya Gaurav Divas: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ