ଅଭିଳାଷ ମହାନନ୍ଦିଆ/ସାମ୍ବାଦିକ/କଲ୍ୟାଣସିଂପୁର/ସମୀକ୍ଷା ନ୍ୟୁଜ :
କଲ୍ୟାଣସିଂହପୁର- ୧୭/୧୧/୨୦୨୬ :- ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକସଦରରେ ଥିବା ଉମାଶଙ୍କର ପେଟ୍ରୋଲ ପମ୍ପ ରୁ ଡିଜେଲ କଳା ବଜାରି ହେଉଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଉମାଶଙ୍କର ପେଟ୍ରୋଲ ପମ୍ପ ଠାରୁ ଓଡି ୧୮କ୍ୟୁ ୦୩୨୩ ନମ୍ବର ଗାଡ଼ିରେ ଡିଜେଲ ଭରି କରୁଥିବା ଦେଖି ଟ୍ରାକ୍ଟର ମହା ସଂଘର ସଭାପତି କାଳିଆ ମଣି ବିଭର ପଚାରି ଥିଲେ।ଏହା ପରେ ପେଟ୍ରୋଲ ପମ୍ପ ମାଲିକ ଗୁଡୁଲ୍ଲା ସନ୍ଦୀପ ପହଞ୍ଚି, ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ଆମ ଅଞ୍ଚଳ ର ଟ୍ରାକ୍ଟର କୁ ଡିଜେଲ ମିଳୁନଥିବା ବେଳେ ଅନ୍ୟତ୍ର କେମିତି ଚଡା ଦରରେକଳା ବଜାରି କରାଯାଉଛି ବୋଲି ପ୍ରଶ୍ନ କରିବାରୁ ଉକ୍ତ ପମ୍ପ ମାଲିକ ତୁମ ହାତରେ କଣ ହେଉଛି କରେ କହିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା।ଏହାପରେ କଳା ବଜାରି ହେଉଥିବା ଡିଜେଲ ଗାଡିକୁ ଅଟକ ରଖି ପୁଲିସ କୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଗାଡିକୁ ସାଇଡ କରାଇ ଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ କଲ୍ୟାଣସିଂହପୁର ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ କଥାକୁ ଅବମାନନା କରି ଗାଡିକୁ ଜୋରଜବରଦସ୍ତ ସେଠରୁ ପଠାଇ ଦେଇ ଥିଲେ, ଏହା ଦେଖି ଉପସ୍ଥିତ ଲୋକେ ଆଚମ୍ବିତ ହୋଇଯାଇଥିଲେ ଉକ୍ତତେଲ ମୋତ୍ରୀ କମ୍ପାନୀ, ରେଲୱେ କମ୍ପାନୀ, ସୁରୁମା କମ୍ପାନୀ, ଗେଲ ଇଣ୍ଡିଆ କମ୍ପାନୀ ଓ ଆବ୍ରିହିତା କମ୍ପାନୀ କୁ ଡିଜେଲ ଜଗାଉଥିବା ସୂଚନା ମିଳିଛି।ଏହା ସହିତ ପମ୍ପରେ କୌଣସି ସୁବିଧା ନଥିବା ମଧ୍ୟ ଅଭିଯୋଗ ହୋଇଛି।ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଅଜିତ ପରିଡା ଙ୍କୁ ପଚାରିବାରୁ ସମସ୍ତ ପ୍ରକାର ତଦନ୍ତ କରିବା ପରେ ସତ୍ୟାସତ୍ୟ ଖବର ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି।






