କିର୍ତ୍ତୀ ଚନ୍ଦ୍ର ସାହୁ /ରାଜ୍ୟ ପ୍ରତିନିଧି / ବରିଷ୍ଠ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ତାରିଖ – ୧୭/୧୧/୨୬
ସୁନା ଦୋକାନ କର୍ମଚାରୀ ନିଜେ ସୁନା ବିସ୍କୁଟ ଚୋରି କରି ଚୋରି ହେବାର ନାଟକ କରିବା ପଡିଲା ମହଙ୍ଗା।ସୂଚନା ଅନୁଯାୟୀ କୋଟପାଡ଼ ସହରରେ ଥିବା ସାହିଲ ସୁନା ଦୋକାନ ରେ ସୁଜିତ କୁମାର ବାଘ ନାମକ ବ୍ୟକ୍ତି କାମ କରୁଥିଲା।ଗତ ୧୩/୧୧/୨୬ ତାରିଖରେ ଦୋକାନ ମାଲିକ ମହାଭିର ଜୈନ ସୁଜିତ କୁମାର ବାଘ କୁ ୨୧୧.୯୪୦ ଗ୍ରାମ ସୁନା ବିସ୍କୁଟ ନେଇ ନବରଙ୍ଗପୁର ରେ କଟକ ରୁ ଆସିଥିବା ସୁନା ଗହଣା କାରିଗର କୁ ଦେବା ପାଇଁ କହିଥିଲେ।ଏକ ବାଇକ ଯୋଗେ ସୁଜିତ ନବରଙ୍ଗପୁର ବାହାରିଥିଲା।ପରେ ସୁଜିତ କୁମାର ବାଘ ନିଜେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲା ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସୁନା ବିସ୍କୁଟ ଝାମ୍ପି ନେଇ ଚମ୍ପଟ ମାରିଥିଲେ।କୋରାପୁଟ ଏସ୍ପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା ସେପଟେ ସୁନା ଦୋକାନ ମାଲିକ କର୍ମଚାରୀ ସୁଜିତ କୁମାର ବାଘ ଉପରେ ସନ୍ଧେହ କରି ବୋରିଗୁମ୍ମା ଥାନା ରେ ଏତଲା ଦେଇଥିଲେ।ସନ୍ଦେହ ଘେରକୁ ସୁଜିତ ଆସିବା ପରେ ପୋଲିସ ପାପୋଡାହାଣ୍ଡି ସ୍ଥିତ ସୁଜିତ କୁମାର ବାଘ ଘରକୁ ଯାଇ ପଚରା ଉଚରା କରିବା ପରେ ସୁଜିତ ସତ ମାନିଥିଲା ନିଜ ଘରେ ସୁନା ବିସ୍କୁଟ ଲୁଚାଇ ରଖିଥିଲା।ଆଜି ପୋଲିସ ସୁନା ବିସ୍କୁଟ ଜବତ କରି ସୁଜିତ କୁମାର ବାଘ କୁ କୋର୍ଟ ଚାଲାଣ କରିଥିବା ବୋରିଗୁମ୍ମା ଥାନା ଅଧିକାରୀ ରାମାନନ୍ଦ ସାହୁ ସୂଚନା ଦେଇଛନ୍ତି।






