ଭୁବନେଶ୍ୱର, ସମୀକ୍ଷା ନ୍ୟୁଜ ବ୍ୟୁରୋ : 20/11/2026:
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଶେଷରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ୨୦ ନଭେମ୍ବର ମଧ୍ୟାହ୍ନ ୧୨ଟାର ବୁଲେଟିନ୍ ଅନୁଯାୟୀ, ବାତ୍ୟାଟି ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିଛି। ଓଡ଼ିଶା ଉପକୂଳରେ ବାତ୍ୟା ‘ଅକଭାନ’ର ଲ୍ୟାଣ୍ଡଫଲ୍ ପରେ ରାଜ୍ୟରେ ପାଣିପାଗର ସ୍ଥିତି ବଦଳିଛି। ଏହାପରେ ବାତ୍ୟାର ତୀବ୍ରତା ଧୀରେ ଧୀରେ ହ୍ରାସ ପାଉଛି। କିନ୍ତୁ ଉପକୂଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି l ଶୁକ୍ରବାର ସକାଳେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା।

ବିଶେଷକରି ଗଞ୍ଜାମରେ ପ୍ରବଳ ବର୍ଷା ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପାତ୍ରପୁରରେ ୨୦୯ ମିଲିମିଟର, ହିଞ୍ଜିଳିରେ ୨୦୭ ମିଲିମିଟର ଏବଂ ଚିକିଟିରେ ୧୯୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗୋପାଳପୁରରେ ମଧ୍ୟ ୧୯୦ ମିଲିମିଟର ବର୍ଷା ହୋଇଛି। ଏହାଦ୍ୱାରା ଅନେକ ତଳିଆ ଅଞ୍ଚଳରେ ଜଳ ଜମିବା ଓ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏପଟେ ପୁରୀ ଓ ଗୋପାଳପୁରରେ ସମୁଦ୍ର ଅଶାନ୍ତ ବାତ୍ୟାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ଉଚ୍ଚ ଜୁଆର ଓ ପ୍ରବଳ ପବନ ଯୋଗୁଁ ସମୁଦ୍ରକୂଳରେ ସତର୍କତା ବଢ଼ାଯାଇଛି। ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ପ୍ରଭାବିତ ବାତ୍ୟା ଯୋଗୁଁ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ୪୭ଟି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ ଅନ୍ୟ କେତେକ ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ ବାତ୍ୟା ଭୂଭାଗ ଅତିକ୍ରମ କରିବା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ରହିଛି। ତଥାପି ଆସନ୍ତା ଦୁଇଦିନ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଜାରି ରହିପାରେ। ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି।





