ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ନବରଙ୍ଗପୁର ଗଞ୍ଜାମ

Keonjhar Viksit Bharat Youth Leadership: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ୨୦୨୭ ଅନୁଷ୍ଠିତ

Keonjhar Viksit Bharat Youth Leadership: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ୨୦୨୭ ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ:

କେନ୍ଦୁଝର, ୧୯/୧୧: ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳ ଚିନ୍ତାଧାରା ଓ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଚାମ୍ପିଅନସିପ୍ ରାଉଣ୍ଡ ଅନୁଷ୍ଠିତ ହୋଇଯାଇଛି।
ଏହି ଜିଲ୍ଲାସ୍ତରୀୟ ଚାମ୍ପିଅନସିପ୍ ରାଉଣ୍ଡରେ ଯୁବ ପ୍ରତିଯୋଗୀମାନେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ‘ବିକଶିତ ଭାରତ’ ଗଠନ ସମ୍ପର୍କିତ ନିଜସ୍ୱ ଚିନ୍ତାଧାରା, ଅଭିନବ ପରିକଳ୍ପନା ଓ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଏହା ମାଧ୍ୟମରେ ଯୁବପିଢ଼ିଙ୍କ ନେତୃତ୍ୱ ଦକ୍ଷତା, ସୃଜନଶୀଳତା ଓ ରାଷ୍ଟ୍ର ନିର୍ମାଣ ପ୍ରତି ସେମାନଙ୍କ ଅବଦାନକୁ ପ୍ରୋତ୍ସାହିତ କରାଯାଇଥିଲା। ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଚିନ୍ତାଧାରା, ଦକ୍ଷତା ଓ ନେତୃତ୍ୱର ଗୁରୁତ୍ୱ ରହିଛି। ଏଭଳି ପ୍ରତିଯୋଗିତା ଯୁବ ପ୍ରତିଭାମାନଙ୍କୁ ନିଜର ମତାମତ ଓ ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବା ସହ ରାଷ୍ଟ୍ର ନିର୍ମାଣରେ ନିଜକୁ ସାମିଲ କରିବା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ, ଏଷ୍ଟାବ୍ଲିସମେଣ୍ଟ ଅଫିସର ତଥା ଡେପୁଟି କଲେକ୍ଟର ଶ୍ରୀ ସଂଗ୍ରାମ ପରିଡ଼ା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ କୁମାର ମଲ୍ଲିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯୁବ ପ୍ରତିଯୋଗୀମାନେ ଉପସ୍ଥିତ ଥିଲେ।

Keonjhar Viksit Bharat Youth Leadership: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ୨୦୨୭ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Koraput rail section DRM inspected: କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍