ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ନବରଙ୍ଗପୁର ଗଞ୍ଜାମ

The first annual celebration of Goddess Samaleswari: ଭକ୍ତିମୟ ପରିବେଶରେ ମା’ ସମଲେଶ୍ୱରୀଙ୍କ ପ୍ରଥମ ବାର୍ଷିକ ଉତ୍ସବ

The first annual celebration of Goddess Samaleswari: ଭକ୍ତିମୟ ପରିବେଶରେ ମା’ ସମଲେଶ୍ୱରୀଙ୍କ ପ୍ରଥମ ବାର୍ଷିକ ଉତ୍ସବ – ସମୀକ୍ଷା ଖବର

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : ୨୦/୧୧/୨୦୨୬

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଅବସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଆଜି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।ସୂଚନା ଅନୁଯାୟୀ, ଠିକ୍ ଏକ ବର୍ଷ ପୂର୍ବେ ରାମଚନ୍ଦ୍ରପୁର ଅଞ୍ଚଳରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମନ୍ଦିର ନିର୍ମାଣରେ ରାମଚନ୍ଦ୍ରପୁର ମା’ ସମଲେଶ୍ୱରୀ ମନ୍ଦିର କମିଟିର ସଦସ୍ୟମାନେ ନିଷ୍ଠା, ଏକତା ଓ ଅକ୍ଳାନ୍ତ ପରିଶ୍ରମର ସହ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏଥିସହିତ ବିଭିନ୍ନ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ ଓ ଶୁଭେଚ୍ଛୁମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ।ଏହି ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ଓ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା। ମା’ଙ୍କ ଜୟଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ଯୋଡ଼ା ନଗରର ସଭାପତି ରଞ୍ଜିତ ମହାକୁଡ଼ଙ୍କ ସମେତ କୁଶ ଆପଟ, ସୁଶାନ୍ତ କୁମାର ବାରିକ ଓ ଅନ୍ୟାନ୍ୟ ସମାଜସେବୀ ଏବଂ ଶୁଭେଚ୍ଛୁମାନେ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଉତ୍ସବରେ ଯୋଗଦେଇଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ଅନ୍ନପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ଏଥିସହିତ ମନ୍ଦିରର ଚତୁଃପାର୍ଶ୍ୱକୁ ଆକର୍ଷଣୀୟ ଆଲୋକମାଳା ଓ ସୁନ୍ଦର ସୁନ୍ଦର ପୁଷ୍ପମାଳାରେ ସଜ୍ଜିତ କରାଯାଇଥିବାରୁ ମନ୍ଦିର ପରିସରର ସୌନ୍ଦର୍ଯ୍ୟ ଦର୍ଶକଙ୍କ ମନ ମୋହିଥିଲା।ଏହି ଉତ୍ସବ କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ଅଞ୍ଚଳବାସୀଙ୍କ ଏକତା, ସହଯୋଗ ଓ ମା’ଙ୍କ ପ୍ରତି ଅଗାଢ଼ ଭକ୍ତିଭାବର ଏକ ସୁନ୍ଦର ଉଦାହରଣ ଭାବେ ପ୍ରତିଫଳିତ ହୋଇଥିଲା।

The first annual celebration of Goddess Samaleswari: ଭକ୍ତିମୟ ପରିବେଶରେ ମା’ ସମଲେଶ୍ୱରୀଙ୍କ ପ୍ରଥମ ବାର୍ଷିକ ଉତ୍ସବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Mahamahima High School Legal Awareness Programme: ମହାମହିମ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ