ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ନବରଙ୍ଗପୁର ଗଞ୍ଜାମ

Mahamahima High School Legal Awareness Programme: ମହାମହିମ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

Mahamahima High School Legal Awareness Programme: ମହାମହିମ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଭଗବାନ ମହାନ୍ତି / ଜିଲ୍ଲା ପ୍ରତିନିଧି / ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର,ତା ୨୦.୧୧.୨୦୨୬, ଏରସମା ବ୍ଲକ ଅନ୍ତର୍ଗତ ଧନୁହରବେଲାରୀ ସ୍ଥିତ ମହାମହିମ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦ୍ଯୁମ୍ନ କୁମାର ନାୟକଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅଧାରୁ ପାଠପଢ଼ା ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କୁ କିପରି ପୁନର୍ବାର ନାମଲେଖା ଯାଇପାରିବ, ବାଲ୍ୟବିବାହ ରୋକଯାଇପାରିବ, ସୁରକ୍ଷିତ ବଚ୍ଚପନ, ନାଲସାର ଶିଶୁ-ଅନୁକୂଳ ଯୋଜନା, ଡନ୍ ଯୋଜନା ଓ ଶିଶୁ ଚାଲାଣ ନିରୋଧ ଯୋଜନା ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ- ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଚିବ ତାଙ୍କ ବକ୍ତବ୍ୟରେ ଅଧାରୁ ପାଠପଢ଼ା ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କୁ କିପରି ପୁନର୍ବାର ବିଦ୍ୟାଳରେ ନାମଲେଖା ଯାଇପାରିବ ଏହି ବିଷୟରେ ସଚେତନତା କରାଇବା ସହ ସମାଜରେ ଘଟୁଥିବା ବାଲ୍ୟବିବାହକୁ କିପରି ରୋକାଯାଇପାରିବ ଏହି ବିଷୟରେ ପୁଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ତତ୍ ସହିତ ନାଲସାର ଶିଶୁ-ଅନୁକୂଳ ଯୋଜନା, ନିଶା ସେବନ ରୋକିବା ପାଇଁ ଡନ୍ ଯୋଜନା ଓ ଶିଶୁ ଚାଲାଣ ନିରୋଧ ଯୋଜନା ସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ । ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Mahamahima High School Legal Awareness Programme: ମହାମହିମ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Relief and rescue operations: ଜଗତସିଂହପୁର ଜିଲ୍ଲାରେ ବାତ୍ୟା “ଅକଭାନ”ପରିସ୍ଥିତିର ମୁକାବିଲା ନିମନ୍ତେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି