ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ମାଲକାନଗିରି କେନ୍ଦୁଝର ନବରଙ୍ଗପୁର ଗଞ୍ଜାମ

Balipatana village liquor seized: ବାଲିପାଟଣା ଗ୍ରାମରେ ବିପୁଳ ପରିମାଣରେ ମଦ ବିଭିନ୍ନ ସ୍ଥାନରୁ ଜବତ ହୋଇଛି

Balipatana village liquor seized: ବାଲିପାଟଣା ଗ୍ରାମରେ ବିପୁଳ ପରିମାଣରେ ମଦ ବିଭିନ୍ନ ସ୍ଥାନରୁ ଜବତ ହୋଇଛି – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ବାଲିପାଟଣା ଗ୍ରାମର ପଞ୍ଚାନନ ସାହୁ ଓରଫ୍‌ ପାଗନାଙ୍କ ନିକଟରୁ ୧୮୦ ମିଲିଲିଟର ବିଶିଷ୍ଟ ମ୍ୟାକ୍‌ଡୋୱେଲ୍ସ ନଂ-୧ ସେଲିବ୍ରେସନ୍‌ ପ୍ରିମିୟମ୍‌ ରମ୍‌ ୫୬ ବୋତଲ ଏବଂ ଆସ୍କା-୪୦ ଦେଶୀ ମଦ ୫ ବୋତଲ ଜବତ ହୋଇଛି। ତାଙ୍କଠାରୁ ମୋଟ ୧୧ ଲିଟର ୮୦ ମିଲିଲିଟର ମଦ ଜବତ କରାଯାଇଛି। ଅନ୍ୟପକ୍ଷରେ ଖୁଣ୍ଟାଳ ଗ୍ରାମର ରଶ୍ମିତା ମହାନ୍ତିଙ୍କ ନିକଟରୁ ୨୦୦ ମିଲିଲିଟର ବିଶିଷ୍ଟ ଆସ୍କା-୪୦ ଦେଶୀ ମଦ ୪୫ ବୋତଲ, ଅର୍ଥାତ୍‌ ୯ ଲିଟର ମଦ ଜବତ କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଏକ ସଂଗଠିତ ବେଆଇନ ମଦ ଯୋଗାଣ ନେଟୱର୍କର ସନ୍ଦେହ କରାଯାଉଛି। ଏହି କାରବାରରେ ମଦ ସଂଗ୍ରହ, ପରିବହନ, ଗଚ୍ଛିତ ରଖିବା ଓ ବିକ୍ରି କରି ଆର୍ଥିକ ଲାଭ ଉଠାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ୨୦ ନଭେମ୍ବରରେ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏହି ବେଆଇନ ମଦ କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହାର ତଦନ୍ତ ଜାରି ରହିଛି। ଏଥିସହ ଫେରାର ଥିବା ଜଣେ ଗାଡ଼ି ଚାଳକ ଏବଂ ଓଡି-୦୨-ସିଏଲ୍‌-୪୬୯୫ ନମ୍ବର ବିଶିଷ୍ଟ କିଆ କାର୍‌କୁ ଠାବ କରିବା ସହ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏନେଇ ତିର୍ତ୍ତୋଲ ଥାନାରେ କେସ୍‌ ନଂ-୫୦୩, ତାରିଖ ୨୦.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧(୨), ୧୧୨(୨), ୬୧(୨) ଏବଂ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ତିର୍ତ୍ତୋଲ ଥାନା ପକ୍ଷରୁ ସୂଚନା ମିଳିଛି।

Balipatana village liquor seized: ବାଲିପାଟଣା ଗ୍ରାମରେ ବିପୁଳ ପରିମାଣରେ ମଦ ବିଭିନ୍ନ ସ୍ଥାନରୁ ଜବତ ହୋଇଛି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Cyclone ‘AKVAN’: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅକଭାନ’ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ