ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୫/୯/୨୬ –

ଆମର ଦାବୀ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦୀର୍ଘ ସାତ ବର୍ଷ ପରେ ସରକାର ଭଞ୍ଜ ରାଜାଙ୍କ ପୂର୍ବତନ ରାଜଧାନୀ ହରିପୁର ଗଡ଼ ର ବିକାଶ ପାଇଁ ୧୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ତଥା ଆମେ ଏଏସ୍ ଆଇ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ କହୁଛୁ ଏହି କାମକୁ ସୂଚାରୁ ଭାବରେ ଯଥାଶୀଘ୍ର ସମ୍ପନ୍ନ କରିବାକୁ ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଏକ ଦଳ ସହ ବାଲେଶ୍ବର ବିଜେଡି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀଙ୍କ ଗତ ଜୁଲାଇ ମାସର ହରିପୁର ଗଡ଼ ଗସ୍ତ ପରେ ଜଣାପଡ଼ିଛି । ଏହାର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ନେଇ ସେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବାର ଦୁଇମାସ ପରେ ୧୮କୋଟି ଟଙ୍କା ବ୍ୟୟବରାଦ ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିବା ପରେ ଖବରଟି ଜିଲ୍ଲାରେ ଖୁସି ଆଣିଛି ।

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି – ସମୀକ୍ଷା

ଦୀର୍ଘବର୍ଷ ଧରି ମୟୂରଭଞ୍ଜ ଇତିହାସରେ ତଥା ପାଠ୍ୟବହିରେ ଯୋଡିହୋଇ ରହିଛି ବଡ଼ସାହି ବ୍ଲକର ପ୍ରସିଦ୍ଧ ଦୁଇଟି ଐତିହାସିକ ସ୍ଥଳ । ମୟୂରଭଞ୍ଜର ୨ୟ ରାଜଧାନୀ ଭାବେ ପ୍ରସିଦ୍ଧ ରାଜାଗଡ଼, ହରିପୁର ଏବଂ ବାବା କଖାରୁଆ ବୈଦ୍ୟନାଥ ଶିବପୀଠ, ମାଣତ୍ରୀ ପର୍ଯ୍ୟଟନ ମାନ୍ୟତା ମଧ୍ୟ ପାଇଛି । ହରିପୁର ଗଡ଼ର ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି କିନ୍ତୁ କୌଣସି ରାଜନୈତିକ ଦୃଷ୍ଟି ଓ ସରକାରଙ୍କ ନଜର ଉପରେ ସନ୍ଦେହ ସୃଷ୍ଟି କରିଥାଏ ବୋଲି ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ମୁହଁରୁ ଜାଣିବାକୁ ମିଳେ । ମୋଗଲ ଆକ୍ରମଣ ପରେ ୧୪୦୦ ଖ୍ରୀଷ୍ଟଦ୍ଧରେ ତତ୍କାଳୀନ ମହାରାଜା ହରିହର ଭଞ୍ଜ ମୟୂରଭଞ୍ଜର ରାଜଧାନୀ ଖିଚିଂ ଠାରୁ ହରିପୁରକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ ଓ ତାଙ୍କରି ନାମାନୁସାରେ ଗଡ଼ର ନାମକରଣ ହୋଇଥିଲା । ବଡ଼ସାହି ବ୍ଲକରୁ ଏହି ଗଡ଼ର ଦୂରତା ୧୧କିମି ଓ ସଦର ବାରିପଦାରୁ ଦୂରତ୍ୱ ମାତ୍ର ୧୮କିମି ।

ସପ୍ତଦଶ ଶତାବ୍ଦୀ ବେଳକୁ ଭଞ୍ଜମାନେ ହରିପୁର ଗଡରୁ ଯେଉଁ ରାଜ୍ୟକୁ ଶାସନ କଲେ ତାହା ମୟୂରଭଞ୍ଜ ରାଜ୍ୟ ଭାବେ ଖ୍ୟାତ ହୋଇ କ୍ରମେ ଓଡ଼ିଶାର ବୃହତ୍ତମ ଜିଲ୍ଲା ଭାବେ ଜଣା । ଗଡ଼ରେ ଶାକ୍ତ ଓ ଶୈବ ବଦଳରେ ବୈଷ୍ଣବ ଧର୍ମର ଉପାସନା କରି ବୃଷଭ ବଦଳରେ ଜାତୀୟପକ୍ଷୀ ମୟୂରକୁ ବଂଶର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ରାଜା ବୈଦ୍ୟନାଥ ଭଞ୍ଜ ପରିବାରର ଗୁରୁ ରସିକାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାର ପରିସରରେ ରସିକରାୟ ମନ୍ଦିର ନିର୍ମାଣ କରିଥିଲେ । ଖୁବ ପତଳା ନାଲି ଇଟାରେ ଗୌଡିୟ ଶୈଳୀରେ ନିର୍ମିତ ଏହି ମନ୍ଦିର ଆଜି ମଧ୍ୟ ଓଡ଼ିଶାର ଅଦ୍ଵିତୀୟ କୀର୍ତ୍ତିମାନ ଭଳି ଦଣ୍ଡାୟମାନ । ପୁଣି ରସିକରାୟ ମନ୍ଦିର ନିକଟରେ ରାଣୀହଂସପୁର ଓ ଦକ୍ଷିଣ ପଶ୍ଚିମରେ ଥିବା ଆକର୍ଷଣୀୟ ସ୍ନାନାଗାର ଓ ଶୟନକକ୍ଷର ଭଗ୍ନାବଶେଷ ତଥା ମନ୍ଦିରରେ ନିର୍ମିତ ପୁରାଣ ବର୍ଣ୍ଣିତ କୃଷ୍ଣାଲୀଳା ଖୋଦେଇ ଚିତ୍ର ଏବଂ ବିଶାଳସ୍ତମ୍ଭ ପ୍ରଭୃତି ଭଞ୍ଜ ରାଜାମାନଙ୍କର କଳା ପ୍ରତି ରହିଥିବା ଦୁର୍ବଳତାର ପରିଚୟ ଦିଏ । ଅନ୍ୟତମ ଦୃଷ୍ଟି ଆକର୍ଷଣ କରେ ପାଖରେ ଥିବା ରାଧାମୋହନ ମନ୍ଦିର ଓ ଗୌଡିୟ ଶୈଳୀରେ ନିର୍ମିତ ଜଗନ୍ନାଥ ମନ୍ଦିର ତଥା ଗଡ଼ର ଭଗ୍ନାବଶେଷ । ରସିକରାୟ ମନ୍ଦିର ଦକ୍ଷିଣପୂର୍ବରେ ଥିବା ଜଗନ୍ନାଥ ମନ୍ଦିର ବାହ୍ୟଶତ୍ରୁଙ୍କ ଆକ୍ରମଣରେ ଧ୍ବଂସ ହୋଇଯାଇଥିବା ବେଳେ ରସିକରାୟ ମନ୍ଦିରର ଗର୍ଭଗୃହ, ନାଟମନ୍ଦିର, ଜଗମୋହନ ଓ ମୁଖଶାଳା ମଧ୍ୟ ଧ୍ବଂସ ପାଇଯାଇଛି । ତେବେ ନିକଟ ପ୍ରତାପପୁର ଜଗନ୍ନାଥ ମନ୍ଦିରକୁ ରାଜା ହରିହର ଭଞ୍ଜ ନିର୍ମାଣ କରିଥିଲେ ।

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି – ସମୀକ୍ଷା

କିଛିବର୍ଷ ପୂର୍ବରୁ ଆର୍କଲୋଜିକାଲ ବିଭାଗ ତରଫରୁ ମାଟିରେ ପୋତି ରହିଥିବା ଗଡ଼ର ସ୍ବଳ୍ପ ପୁନରୁଦ୍ଧାର କାର୍ଯ୍ୟରୁ ରାଣୀହଂସପୁରୀ ଗୁମ୍ଫା, ଦରବାର ହଲ, ତେଲଗୁ ଗେଟ ଭଳି ଅନ୍ୟ କେତେକ ଐତିହାସିକ ତଥ୍ୟ ଜାଣିବାକୁ ମିଳେ । ମୟୂରଭଞ୍ଜ ମିରର ନାମକ ଏକ ସଙ୍ଗଠନ ଏଭଳି ହେରିଟେଜ ବାବଦରେ ନୂତନ ଯୁବ ପିଢୀଙ୍କୁ ସୂଚନା ପ୍ରଦାନ କରି ସେମାନଙ୍କୁ ଏ ଦିଗରେ ବିଭିନ୍ନ ସ୍ଥଳ ପରିଦର୍ଶନ ପୂର୍ବକ ଆକୃଷ୍ଟ କରି ଜିଲ୍ଲା କୀର୍ତ୍ତିରାଜୀକୁ ଚର୍ଚ୍ଚାକୁ ଆଣିବା ଏକ ଗୌରବ କଥା ।

ତେବେ ଗଡ଼ ନିକଟସ୍ଥ ତଥା ହରିପୁର ଗ୍ରାମରେ ରହଣି ସମୟରେ ୨୦୧୮ ଏପ୍ରିଲ ୨୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗଡ଼ ରକ୍ଷଣାବେକ୍ଷଣ ଓ ପୁନାରୁଦ୍ଧାର ଅଭିଯୋଗରେ ତଥା ୨୦୧୯ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଆଗମନରେ ଗଡ଼ର ପୁନାରୁଦ୍ଧାର ଓ ସଂରକ୍ଷଣ ପାଇଁ ୪୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ହେଁ ତାହା ଆଜିବି ସେତିକିରେ ହିଁ ସୀମିତ ରହିଥିବା ନେଇ ଅଞ୍ଚଳବାସୀଙ୍କ ମତରୁ ଜଣାପଡେ । ଏବେମଧ୍ୟ ପାରିପାର୍ଶ୍ବିକ ପରିବେଶରୁ ଗଡ଼ ମଧ୍ୟରେ ଗୋରୁଗାଈଙ୍କ ପ୍ରବେଶ ଓ ଅସାମାଜିକ କାର୍ଯ୍ୟ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରୁଛନ୍ତି । ଏଣୁ ଏବେ ମଞ୍ଜୁର ହୋଇଥିବା ଏହି ୧୮କୋଟି କେମିତି ସଠିକ କାର୍ଯ୍ୟରେ ବିନିଯୋଗ ହେଉଛି ଏବଂ କେମିତି ପୁନାରୁଦ୍ଧାର କାମ କେମିତି ହେବ ଓ କିଏ ଏହି କାର୍ଯ୍ୟ ଦାୟିତ୍ୱ ନେଇ ଅର୍ଥର ସଠିକ ବିନିଯୋଗ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଜିଲ୍ଲା ବୁଦ୍ଧିଜୀବୀ, ବଡ଼ସାହି ନିର୍ବାଚନ ମଣ୍ଡଳୀ ତଥା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ମୟୂରଭଞ୍ଜରେ ଦୀର୍ଘଦିନର ପର୍ଯ୍ୟଟନ ବିକାଶ ଦାବି ନେଇ ପରିବର୍ତ୍ତନ ଆଶାରେ ରହିଥିବା ଜିଲ୍ଲାବାସୀ ଆଗାମୀ କିଛି ମାସ ପରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଏହାର ଜବାବ ମିଳିବ ବୋଲି ବିଭିନ୍ନ ମତ ଦେଉଥିବାର ଜାଣିବାକୁ ମିଳୁଛି

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୋଲରାଜପୁର ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା