ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ସେମିନାର ଅନୁଷ୍ଠିତ

ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ସେମିନାର ଅନୁଷ୍ଠିତ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୦୫/୦୯/୨୬
ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏବଂ ସାକ୍ଷରତା ପକ୍ଷ ପଞ୍ଚମ ଦିବସରେ ଉଲ୍ଲାସ ସେମିନାର ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସିନ୍ଧରିମାଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ସେମିନାର ଅନୁଷ୍ଠିତ – ସମୀକ୍ଷା


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନେ ଯୋଗ ଦେଇଥିଲେ। ମୁଖ୍ୟ ଆଲୋଚନା ବିଷୟରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କରିବା ଲକ୍ଷ୍ୟ, ଉଲ୍ଲାସ ଆପ୍ ମାଧ୍ୟମରେ ପଞ୍ଜିକରଣ ଓ ଶିକ୍ଷାଦାନ, ମାଲକାନଗିରି ଜିଲ୍ଲାକୁ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ସାକ୍ଷର ଜିଲ୍ଲା କରିବାର ଲକ୍ଷ୍ୟ ।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଉଲ୍ଲାସ କେବଳ ଏକ ଯୋଜନା ନୁହେଁ, ଏହା ହେଉଛି ଜନ ଆନ୍ଦୋଳନ। ମାଲକାନଗିରିର ପ୍ରତ୍ୟେକ ନାଗରିକ ପଢ଼ିବ, ଲେଖିବ ଓ ଆଗକୁ ବଢ଼ିବ।

ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ସେମିନାର ଅନୁଷ୍ଠିତ – ସମୀକ୍ଷା


ଏହି ଅବସରରେ ଉଲ୍ଲାସ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରିଥିବା ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରିରେ ଶିକ୍ଷକ ଦିବସରେ ବଡ଼ ଉପହାର: ୧୭୬ ଶିକ୍ଷକଙ୍କୁ ପଦୋନ୍ନତି