ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି – ସମୀକ୍ଷା ଖବର

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ :

ନୟାଗଡ଼,ତା.୧୨. ୦୯. ୨୦୨୬- ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି – ସମୀକ୍ଷା

ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମାନନୀୟା ଜିଲ୍ଲାପାଳ ମଧୁମିତା ରଥ ,ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁମିତ୍ରା ଭୂୟାଁ,କମ୍ରେଡ ବିଶ୍ୱନାଥ ମହାପାତ୍ର,ସମାଜସେବୀ ଅରୁଣ କୁମାର ମହାନ୍ତି,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ପ୍ରକୃତି ବନ୍ଧୁ ଅନାଦି ମହାନ୍ତି, ଅଧ୍ୟାପକ ହରେକୃଷ୍ଣ ସାହୁ,ଶେଖ ଅବଦୁଲ ଆହାଦ,ଲକ୍ଷ୍ମୀଧର ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି – ସମୀକ୍ଷା

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସ୍କାଉଟ ଛାତ୍ରଛାତ୍ରୀମାନେ ସହଯୋଗ କରିଥିବା ବେଳେ ସମ୍ପାଦକ ଶ୍ରୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ସମସ୍ତଙ୍କ ପ୍ରିୟ ଦାସିଆ ଅଜା ଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର, ୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାଲେପୁରରେ କଂଗ୍ରେସର ପରିବର୍ତ୍ତନ ସମାବେଶ.