ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୧୨/୦୯/୨୬
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷଣ ଶିଖିବା ସାମଗ୍ରୀର ବିକାଶ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ, ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀର ରୂପରେଖ ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ – ସମୀକ୍ଷା

ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ସ୍ଥାନୀୟ ମାତୃଭାଷା ଶିକ୍ଷାର ଶିକ୍ଷକ, ଭାଷା ବିଶେଷଜ୍ଞ ଏବଂ ପିରାମଲ ପ୍ରତିଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ବୈଠକରେ ଶିକ୍ଷଣ ସାମଗ୍ରୀଗୁଡ଼ିକରେ ଭାଷାର ସଠିକତା, ସ୍ଥାନୀୟ ଶବ୍ଦାବଳୀର ସମ୍ପୃକ୍ତି, ସାଂସ୍କୃତିକ ଉପଯୋଗିତା ଏବଂ ଶିଶୁ-ଉପଯୋଗୀ ବିଷୟବସ୍ତୁ ସୁନିଶ୍ଚିତ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପଲବ୍ଧ ଲିପିବଦ୍ଧ ସଂସ୍କରଣଗୁଡ଼ିକୁ ମୁଦ୍ରଣ କରି ବିଶେଷଜ୍ଞମାନଙ୍କୁ ପ୍ରଦାନ କରାଯିବ ଏବଂ ଆଗାମୀ ୭ ରୁ ୧୦ ଦିନ ମଧ୍ୟରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଶେଷ କରାଯିବ।

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ – ସମୀକ୍ଷା


ବଣ୍ଡା ଓ ଦିଦାୟୀ ଭାଷାରେ ସଠିକ୍ ଅନୁବାଦ ଓ ରୂପାନ୍ତରଣ ପାଇଁ ବଣ୍ଡା ବିକାଶ ସଂସ୍ଥା ଏବଂ ଦିଦାୟୀ ବିକାଶ ସଂସ୍ଥା ସହିତ ସ୍ୱତନ୍ତ୍ର ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ପରେ କୋୟା, ବଣ୍ଡା, ଦିଦାୟୀ ଏବଂ ଓଡ଼ିଆ ଭାଷାରେ ଶିକ୍ଷଣ ସାମଗ୍ରୀଗୁଡ଼ିକୁ ଚୂଡ଼ାନ୍ତ ମୁଦ୍ରଣ ପାଇଁ ପଠାଯିବ। ପ୍ରଗତିର ସମୀକ୍ଷା ଏବଂ ଚୂଡ଼ାନ୍ତ ଅନୁମୋଦନ ପାଇଁ ଆଗାମୀ ୧୦ ଦିନ ମଧ୍ୟରେ କମିଟିର ପରବର୍ତ୍ତୀ ବୈଠକ ଆହ୍ୱାନ କରାଯିବ।

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା