ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା – ସମୀକ୍ଷା ଖବର
ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା – ସମୀକ୍ଷା


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର

କେନ୍ଦୁଝର, ୧୩/୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗମ୍ବାରିଆ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ତାଣ୍ଡବ ରଚିବା ସହ ଏକ ଗୋଠଛଡ଼ା ଦନ୍ତା ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି।
ସୂଚନା ଅନୁଯାୟୀ, ରାତିରେ ହାତୀପଲ ହଠାତ୍ ଗମ୍ବାରିଆ ଗାଁ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଏକ ଗୋଠଛଡ଼ା ଦନ୍ତା ଘରଦ୍ୱାର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ ଜିନିଷପତ୍ର ନଷ୍ଟ କରିଥିଲା।ଦନ୍ତାଟି ଘରେ ରଖାଯାଇଥିବା ଧାନ ଓ ଚାଉଳ ଖାଇବା ସହ ଘର ଆଖପାଖରେ ଥିବା ପନିପରିବା ନଷ୍ଟ କରିଥିବା ଜଣାପଡ଼ିଛି। ହାତୀପଲଙ୍କ ଏଭଳି ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା – ସମୀକ୍ଷା


ବର୍ତ୍ତମାନ ମଧ୍ୟ ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକଙ୍କ ଧନଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଏନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ହାତୀପଲଙ୍କୁ ଗାଁଠାରୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖୋରଧାରେ କୋଡ଼ିନ ମିଶ୍ରିତ କଫ ସିରପ ରାକେଟ ଠାବ , ୩୪୦ ବୋତଲ କଫ ସିରପ ଜବତ, ଜଣେ ଗିରଫ ,ଦୁଇ ଫେରାର