ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “.

ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “. – ସମୀକ୍ଷା ଖବର
ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “. – ସମୀକ୍ଷା

ମାନସ ବିଶ୍ୱାଳ/ ସ୍ୱତନ୍ତ୍ର ପ୍ରତିନିଧି / ବାଲେଶ୍ୱର /ସମୀକ୍ଷା ନ୍ୟୁଜ

ବାଲେଶ୍ୱର ୧୯|୯- ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ସମୁଦ୍ର ଉପକୂଳରେ ଶନିବାର ସକାଳ ୮ ଘଟିକା ସମୟରେ ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମୁଦାୟ ଏବଂ ବିଭିନ୍ନ ଅଂଶୀଦାରମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାମୁଦ୍ରିକ ଉପକୂଳ ପରିମଳ ଓ ଜୈବ ବିବିଧତାର ସୁରକ୍ଷା, ପ୍ଲାଷ୍ଟିକ୍ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଉପକୂଳ ପରିବେଶର ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। ଏହି ଅବସରରେ ରେଡ୍ କ୍ରାବ୍ ଅଞ୍ଚଳରେ ଉପକୂଳ ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “. – ସମୀକ୍ଷା


କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ବାଲେଶ୍ୱର ବନ୍ୟପ୍ରାଣୀ ବିଭାଗର ବିଭାଗୀୟ ବନ ଅଧିକାରୀ ପ୍ରତୀକ ଇନ୍ଦଲକର, ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ, ମନମୋହନ ମୁର୍ମୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଅଧ୍ୟକ୍ଷ, ସ୍ନାତକୋତ୍ତର ପରିଷଦ, ଫକୀର ମୋହନ ବଶ୍ୱବିଦ୍ୟାଳୟ ପ୍ରଫେସର ସନ୍ତୋଷ କୁମାର ଅଗରୱାଲା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଏନଜିଓ ପ୍ରତିନିଧି, ସ୍ଥାନୀୟ PRI ପଞ୍ଚାୟତର ନିର୍ବାଚିତ ସଦସ୍ୟ, ବାଲେଶ୍ୱର ବନ୍ୟପ୍ରାଣୀ ବିଭାଗର ବନ କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଏମାନେ ସକ୍ରିୟ ଭାବେ ଯୋଗଦେଇ ଉପକୂଳ ଅଞ୍ଚଳରୁ ବିଭିନ୍ନ ପ୍ରକାରର ଆବର୍ଜନା ଓ ପ୍ଲାଷ୍ଟିକ୍ ସାମଗ୍ରୀ ସଫା କରିଥିଲେ। ଏଥିସହିତ ଆବର୍ଜନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିଷ୍କାସନ କରିବା ଏବଂ ଉପକୂଳ ପରିବେଶକୁ ସୁରକ୍ଷିତ ରଖିବାରେ ସାମୂହିକ ଜନସହଭାଗିତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି ଅବସରରେ ସାମୁଦ୍ରିକ ଜୀବଜନ୍ତୁ, ଉପକୂଳୀୟ ଆବାସସ୍ଥଳୀ ଏବଂ ଜୈବ ବିବିଧତାର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ସହିତ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଏବଂ ଉପକୂଳ ସୁରକ୍ଷାର ବାର୍ତ୍ତାକୁ ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହା ମାଧ୍ୟମରେ ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ସ୍ୱଚ୍ଛ ଉପକୂଳ ସମ୍ପର୍କିତ ସଚେତନତା ବ୍ୟାପକ ଭାବେ ପ୍ରଚାରିତ ହୋଇଥିଲା।

ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “. – ସମୀକ୍ଷା


ଚାନ୍ଦିପୁର ରେଡ୍ କ୍ରାବ୍ ଠାରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ–୨୦୨୬ର ସଫଳ ଆୟୋଜନ ଉପକୂଳ ପରିବେଶର ସୁରକ୍ଷା ଏବଂ ଏକ ସ୍ୱଚ୍ଛ, ସୁସ୍ଥ ଓ ସ୍ଥାୟୀ ଉପକୂଳୀୟ ପରିବେଶ ଗଠନ ଦିଗରେ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମୁଦାୟ ଏବଂ ଛାତ୍ରଛାତ୍ରୀମାନଙ୍କର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦଳପଡ଼ାରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ସମୂହ ପରୀକ୍ଷଣ୨୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ