ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ ସମୀକ୍ଷା ନ୍ୟୁଜ:
ନୂଆପଡ଼ା: ନୂଆପଡା ଜିଲ୍ଲା ଖରିଆରରୋଡ ସହର ଗଣପତି ପେଲେସ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଭାବେ ଡ଼. ଅଙ୍କିତ ସିଂଘାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀଯୁକ୍ତ ଫକୀର ମୋହନ ଜଗତ, ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି କମଳ ଚରଣ ତାଣ୍ଡି, ବରିଷ୍ଠ କଂଗ୍ରେସ ନେତା ବିରଞ୍ଚି ବାଗ, ଭୀଷ୍ମ ସୁନାନୀ, ଭରତଲାଲ ରାଉତ, ଫାରୁକ ମହମ୍ମଦ, ଅମିତ ଅହୀର, ଅଭିଷେକ ଜଗତ, ପ୍ରତିଭା ପ୍ରଧାନ,ନରେନ୍ଦ୍ର ନାଗ ଓ ଅନ୍ୟାନ୍ୟ କଂଗ୍ରେସ ର ବୈଜ୍ୟେଷ୍ଠ, ଯୁବ, ମହିଳା କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। ସିଂଘାଇ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ – ସମୀକ୍ଷା

ନବନିଯୁକ୍ତ ସଭାପତିଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ଜିଲ୍ଲା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଦଳୀୟ ସଂଗଠନକୁ ବୁଥ ସ୍ତର ରୁ ମଜବୁତ କରିବା ସହ ଜିଲ୍ଲାର ବିଭିନ୍ନ ସାଧାରଣ ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ କାର୍ଯ୍ୟ କରିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି। ସେ ଜଣେ ଉଦୀୟମାନ ଯୁବ ପ୍ରତିଭା। ତାଙ୍କର ଏହି ଦଳ ପ୍ରତି ନିଷ୍ଠା, ତ୍ୟାଗ, ପ୍ରଗାଢ଼ ବିଶ୍ୱାସ ଓ କାର୍ଯ୍ୟ କରିବାର କ୍ଷମତା ରହିଛି।ସୂଚନା ଅନୁସାରେ, ସେ 2026 ସେପ୍ଟେମ୍ବର 7ରେ ଡ଼. ଅଙ୍କିତ ସିଂଘାଇଙ୍କୁ ନୂଆପଡ଼ା ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିବା ଖବର ପ୍ରକାଶିତ ହୋଇଥିଲା। ତାଙ୍କୁ ନିଜ ଘର ଠାରୁ ଦଳୀୟ କର୍ମୀମାନେ ସ୍ବାଗତ ଓ ଅଭିନନ୍ଦନ ଜଣାଇ ଗଣପତି ପେଲେସ ନିକଟରେ କର୍ମୀ ସମ୍ମିଳନୀ ରେ ଆଣି ଯୋର ସୋର ରେ ସ୍ବାଗତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ – ସମୀକ୍ଷା

ଏବେ ନୂଆପଡା ଜିଲ୍ଲା ରେ କଂଗ୍ରେସ ପାଇଁ ନୁଆ ଅଧ୍ୟାୟ ସୃଷ୍ଟି ହେବା ସହ ଆଗାମୀ ପଂଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ ହେବ ବୋଲି ଆଜିର ବରିଷ୍ଠ କଂଗ୍ରେସ କର୍ମୀ ମାନେ ପ୍ରକାଶ କରିଛନ୍ତି।ଅଙ୍କିତ ସିଂଘାଇଙ୍କୁ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଭ ଦାୟିତ୍ବ ମିଳିଛି। ନୂତନ ଦାୟିତ୍ବ ପାଇବା ପରେ ଶ୍ରୀ ସିଂଘାଇ ଦଳ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି, “ “ମୋ ଉପରେ ଆଶା ଓ ବିଶ୍ବାସ ରଖି ଏହି ଦାୟିତ୍ବ ଦେଇଥିବାରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଭକ୍ତ ଚରଣ ଦାସଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଜଣାଇଛନ୍ତି।

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ – ସମୀକ୍ଷା


ନୂଆ ଦାୟିତ୍ବକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନୂଆପଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ ଓ ମଜବୁତ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ବୋଲି ଅଙ୍କିତ ସିଂଘାଇ ପ୍ରକାଶ କରିଛନ୍ତି । ଗାଁଠୁ ଆରମ୍ଭ କରି ପ୍ରତ୍ୟେକ ବୁଥ ପର୍ଯ୍ୟନ୍ତ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ବଢ଼ାଇ ସଂଗଠନକୁ ଅଧୂକ ସକ୍ରିୟ କରାଯିବ।ସାଧାରଣ ଲୋକଙ୍କ ସମସ୍ୟା ଓ ଦାବିକୁ ପ୍ରାଥମିକତା ଦେଇ ଲୋକଙ୍କ ନିକଟତର ହେବା ସହ ଦଳୀୟ କର୍ମୀମାନଙ୍କୁ ଏକଜୁଟ କରି କାର୍ଯ୍ୟ କରାଯିବ । ଆଗାମୀ ନିର୍ବ ନିର୍ବାଚନରେ ନୂଆ ନୂଆପଡ଼ା ଜିଲ୍ଲାରେ କଂଗ୍ରେସକୁ ଦଳକୁ ବିଜୟୀ କରାଇବା ଲକ୍ଷ୍ୟରେ ତୃଣମୂଳ ସ୍ତରରୁ ରୁ ସଂଗଠନକୁ ମଜବୁତ କରି ନିଷ୍ଠା ଓ ଏକତାର ସହ କାମ କରାଯିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।
ଦଳୀୟ କର୍ମୀ ଙ୍କ ଆଶୀର୍ବାଦ ବରିଷ୍ଠ ନେତାମାନଙ୍କ ସହଯୋଗ ଏବଂ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ ନୁଆପଡ଼ା ଜିଲ୍ଲାରେ କଂଗ୍ରେସକୁ ଏକ ଶକ୍ତିଶାଳୀ ସଂଗଠନ ଭାବେ ଗଢ଼ି ତୋଳିବା ସହ ଆଗାମୀ ନିର୍ବାଚନରେ ଦଳକୁ ବିଜୟୀ କରାଇବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ଅଙ୍କିତ ସିଂଘାଇ ମତ ପ୍ରକାଶ କରିଛନ୍ତି।

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ