ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ

ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ – ସମୀକ୍ଷା ଖବର

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜ:
ନୂଆପଡା ଜିଲ୍ଲା ଖରିଆର ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବାନରସେନା ସାମାଜିକ ଅନୁଷ୍ଠାନ ତରଫରୁ ଗ୍ରାମ ଉଦୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେବା ସଂକଳ୍ପ ନେଇ ନୂଆପଡା ଜିଲ୍ଲା ବ୍ୟାପି ନିଶାମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଜାରି ରହିଥିବା କାର୍ଯ୍ୟକ୍ରମ ର 14 ସେପ୍ଟେମ୍ବର ରୁ 20 ସେପ୍ଟେମ୍ବର କାର୍ଯ୍ୟକ୍ରମ ସମୀକ୍ଷା ଓ ଜିଲ୍ଲା ବ୍ୟାପି କାର୍ଯ୍ୟକ୍ରମ କରିଥିବା ପଞ୍ଚାୟତ ସଭାପତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ସଙ୍ଗଠକ ଶେଷଦେବ ପ୍ରଧାନୀ।

ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ – ସମୀକ୍ଷା

ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରାମ ଉଦୟ ଅଭିଯାନ ସେବା ସଂକଳ୍ପ ଅଭିଯାନ ଆଉ ଲୋକଭିମୁଖୀ କରିବା ପାଇଁ ଗାଁ ଗାଁ ରେ ସେବା, ଦୁଃଖୀ ଦରିଦ୍ର ଦିବ୍ୟାଙ୍ଗ ସେବା ଓ ବାନର ସେନା କୁ ତୃଣମୂଳ ସ୍ତରରେ ସଙ୍ଗଠିତ ପାଇଁ ଗ୍ରାଉଣ୍ଡ ଜିରୋରୁ କାର୍ଯ୍ୟକ୍ରମ ଓ ବାନର ସେନା କୁ ଜିଲ୍ଲା ବ୍ୟାପି ମଜବୁତ କରିବା ପାଇଁ ସଭ୍ୟ ଗ୍ରହଣ ସହ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ବାନରସେନା ସଂଗଠନ ଏହି କାର୍ଯ୍ୟକ୍ରମରେ ଖରିଆର, ସିନାପାଲି, ବୋଡେ଼ନ ଅଞ୍ଚଳ ର ସଭାପତି ଓ ଉପସଭାପତି ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଶେଷ ସହଯୋଗ କରିଥିଲେ ସତ୍ୟବ୍ରତ ସାମଲ, ଫକୀର ରାଉତ,ଉମାକାନ୍ତ ସାଗରିଆ,ହେମନ୍ତ ଯୋଶୀ,ମିନିକେତନ ଦଣ୍ଡସେନା ବିଶେଷ ସହଯୋଗ କରିଥିଲେ।ଏହିପରି କାର୍ଯ୍ୟକ୍ରମ ଜାରି ରଖିଥିବା ସଂଗଠନକୁ ଅଞ୍ଚଳବାସୀ ମାନେ ଭୁୟସୀ ପ୍ରଶଂସା କରିଛନ୍ତି।

ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ