ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ

ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ:

ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ରବିବାର ଦିନ ସମ୍ପନ୍ନ ହୋଇଯାଇଛି।
ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୂଳ ଆଧାର” ବୋଲି କହିଥିଲେ। କ୍ରୀଡା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶ କରେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ – ସମୀକ୍ଷା

ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ କ୍ରୀଡା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହିତ ଜୀବନରେ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଗଢ଼ି ତୋଳିବାରେ କିପରି ସହାୟକ ହୁଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି. ପାପା ରାଓ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ରେଡ୍ଡୀ କ୍ଲଷ୍ଟର ସିଆରସିସି ବି. ଭେଙ୍କେଟ ରାଓ ଏବଂ ବ୍ଲକ କ୍ରୀଡା ସମ୍ପାଦକ ଜୁର ପ୍ରସାଦ ଗୌଡ଼ଙ୍କ ସମେତ ବହୁ ଶିକ୍ଷକ ଓ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ। ଚାରୋଟି ଜୋନରୁ ୫୫୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଆଥଲେଟିକ୍ସ ଓ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବ୍ଲକର ୨୩ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଚିହ୍ନଟ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରିଥିଲେ। ଚୟନିତ ଖେଳାଳିମାନଙ୍କୁ ସମାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ
ସମସ୍ତ ସିଆରସିସି , କ୍ରୀଡା ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଦୁଇ ଦିନିଆ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା।

ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ; ଏସ୍.ଆଇ.ଆର୍. ରେ ସହଯୋଗ ପାଇଁ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ