ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ

ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା ଖବର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:

ବୋଡେ଼ନ/ନୂଆପଡା ତାରିଖ-24-09-2026

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ର ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ବହୁ ଧୁମ୍ଧାମରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ପ୍ରୋଗ୍ରାମ ଅଫିସର ଶଙ୍କର ମେହେର ସଂଯୋଜନା କରିଥିବା ବେଳେ ବକ୍ତା ଭାବେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସାମୁଏଲ ଦାନୀ ମଞ୍ଚାଷିନ ଥିଲେ। ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଉଦ୍ଦେଶ୍ୟ ଓ ଏପର୍ଯ୍ୟନ୍ତ ଅଗ୍ରଗତି ର ଅବଧାରଣା ଅଧ୍ୟକ୍ଷ ଶ୍ରୀ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିବାବେଳେ ଭବିଷ୍ୟତ ଗଢିବାରେ ଏବଂ ଶୃଙ୍ଖଳିତ ଓ ମାର୍ଜିତ ଜୀବନ ଗଢିବାରେ ଏହା କିପରି ସାହାଯ୍ୟ କରେ ବକ୍ତା ଶ୍ରୀଯୁକ୍ତ ଦାନୀ ତାଙ୍କ ମାର୍ଗ ଦର୍ଶନରେ କଥା ରଖିଥିଲେ ।ଶେଷରେ ଅଧ୍ୟାପକ ସୋମୁ ଦଣ୍ଡସେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା
ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ