ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:
ଶବ ଜଳେଇବା ପାଇଁ ମଶାଣି ଜାଗା ନାହିଁ ବୋଲି ଆଜି ଜଣେ ବୁଢ଼ୀ ମା ର ଶବକୁ ଲଗାଣ ବର୍ଷା ଯୋଗୁଁ ମାଟି ଖୋଲି ଶବ ସତ୍କାର କରାଗଲା।କୋମନା ବ୍ଲକ ବୁଦ୍ଧିକୋମନା ଗାଁରେ ଘଟିଯାଇଛି ଏଭଳି ଏକ ଅଭାନୀୟ ଘଟଣା। ଏହି ଘାଟଣା ଯାହା ସମସ୍ତଙ୍କୁ ଆଘାତ ଦେଇଛି।ବହୁତ ଦୁଃଖ ର କଥା ଆଜି ର ଦୁନିଆ ରେ ବି ଏମିତି ଦୃଶ୍ୟ ହୃଦୟ ବିଦାରକ ଦେଖିବାକୁ ମିଳୁଛି। କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି ସାଧାରଣ ଜନତାଙ୍କ ସୁବିଧା ପାଇଁ ହେଲେ ସେହି ପଇସା ଯାଉଛି କୁଆଡେ ତାହା ସାଧାରଣ ଜନତା ଙ୍କ ପାଇଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ତେବେ କାହା ପାଇଁ ଏତେ ସବୁ ଯୋଜନା କରାଯାଉଛି? ସବୁ ଖାଲି ଠିକାଦାର ଆଉ ବଡ ବଡ଼ିଆ ଲୋକଙ୍କ ପକେଟ ଗରମ କରିବା ପାଇଁ ଚାଲିଛି ପ୍ଲାନ ବୋଲି ଚର୍ଚ୍ଚା ହେଉଛି।

ଏହି ଦୁଃଖର ବେଳା ରେ ସମସ୍ତ ବୁଦ୍ଧିକୋମନା ଗାଁ ଲୋକ ଏବଂ ଆମ୍ବେଦକର ୟୁଥ ବ୍ରିଗେଡ ତରଫ ରୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ ମା ବସ୍ତ୍ରାଣୀ ଖେଳ ପଡିଆ ପାଖରେ ଗୋଟେ ଶବ ସତ୍କାର ପାଇଁ ଗୃହ ନିର୍ମାଣ କରାଗଲେ ଯାହା ଦ୍ୱାରା ଜନସାଧାରଣ ଙ୍କ ସୁବିଧା ହୋଇପାରିବ ଓ ବର୍ଷା, ଶୀତ, ଗ୍ରୀଷ୍ମ ଋତୁରେ ମଧ୍ୟ ଶବ ଦାହ ହୋଇପାରିବ। ତେଣୁକରି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିକୋମନା ଗ୍ରାମବାସୀ ଦାବୀ ଜଣାଇଛନ୍ତି।






