ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା – ସମୀକ୍ଷା ଖବର

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:
ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନାରେ ଜଣେ ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଓ ନିନ୍ଦା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜର ଏକ ସମସ୍ୟା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ ଧୂଷୁରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଦୁଇ ଦିନ ଧରି ଥାନାକୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ ହୋଇଛି। ଏଥିରେ ନିରାଶ ହୋଇ ସେ ନ୍ୟାୟ ପାଇବା ଆଶାରେ ସାମ୍ବାଦିକଙ୍କ ସହାୟତା ନେବାକୁ ଉପସ୍ଥିତ ଥିବା ଜଣେ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟରଙ୍କ ନିକଟରେ କହିଥିଲେ।

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା – ସମୀକ୍ଷା


ଅଭିଯୋଗ ଅନୁଯାୟୀ, ଏହା ଶୁଣିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ଉକ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର କଟୁ ଓ ଅଶାଳୀନ ଭାଷା ପ୍ରୟୋଗ କରିଥିବା ଜଣାପଡ଼ିଛି। ଯାହାର ଅଡ଼ିଓ /ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପୋଲିସର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସେହିପରି ସାମ୍ବାଦିକମାନେ ମଧ୍ୟ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ଏଭଳି ସ୍ଥିତିରେ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ସାମ୍ବାଦିକଙ୍କ ପ୍ରତି ଏପରି ଅଶାଳୀନ ଭାଷା ପ୍ରୟୋଗ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଆଚରଣ ଓ ଉଚ୍ଚାରଣର ନିରପେକ୍ଷ ତଦନ୍ତ କରାଯିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଛି। ଅନ୍ୟପକ୍ଷରେ, ପୋଲିସ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି