ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି

ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ /ସମୀକ୍ଷା ପ୍ରତିନିଧି / ଚିକିଟି:

୧୧୬ ଟି ଅଭିଯୋଗ ଗ୍ରହଣ, ୨୦ ଟିର ତତ୍କାଳ ସମାଧାନ ଚିକିଟି — ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆଜି ଚିକିଟି ବ୍ଲକ ମୁଖ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୋଟ ୧୧୬ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୧ ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୫ ଟି ସାମୂହିକ ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଥିଲା। ଏଥିସହ ରେଡକ୍ରସ ସହାୟତା ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା। ଶିବିରରେ ୨୦ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।ଅଭିଯୋଗ ଶୁଣାଣି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଥିଲା। ମହାକାଳୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିହନ ଅର୍ଥ ଓ ଆବର୍ତ୍ତୀ ପାଣ୍ଠି ବାବଦରେ ୨୫,୦୦୦ ଟଙ୍କା, ୬ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ, ୧୦ ଜଣଙ୍କୁ ରାସନ କାର୍ଡ ଏବଂ ୩ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୩ ଜଣଙ୍କୁ ଲକ୍ଷପତି ଦିଦି ଋଣ ମଞ୍ଜୁର କରାଯାଇଥିଲା। ମତ୍ସ୍ୟ ବିଭାଗ ପକ୍ଷରୁ ଜଣେ ହିତାଧିକାରୀଙ୍କୁ ବାୟୋଫ୍ଲକ୍ ଏବଂ ଜଣେ ହିତାଧିକାରୀଙ୍କୁ ମତ୍ସ୍ୟ ପୋଖରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଥିଲା।

ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି – ସମୀକ୍ଷା

ପଶୁ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଜୀବିକା ଭିତ୍ତିକ ଯୋଜନାରେ ୨ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆମ୍ବ ଚାଷ ପାଇଁ ୨ ଜଣ ହିତାଧିକାରୀଙ୍କୁ ସବ୍‌ସିଡି ପ୍ରଦାନ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଭିବି-ଜି ରାମ ଜି ଯୋଜନା ଅଧୀନରେ ୩ ଜଣଙ୍କୁ ନୂତନ ଜବ୍‌ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪ ଜଣ ହିତାଧିକାରୀଙ୍କୁ ନୂତନ ପେନ୍‌ସନ ପ୍ରଦାନ କରାଯାଇଥିଲା। ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସକୁ ୫ଟି ଆରଓଆର ଏବଂ ରାଜସ୍ୱ ବିଭାଗ ପକ୍ଷରୁ ୧ଟି ଗ୍ରାମକଣ୍ଠ ଆରଓଆର ପ୍ରଦାନ କରାଯାଇଥିଲା।ଏଥିସହ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ସମୟବଦ୍ଧ ସମାଧାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅଭିନାଶ କୁମାର, ବିଡ଼ିଓ ବିବେକାନନ୍ଦ ମିଶ୍ର ଓ ତହସିଲଦାର ବିଶ୍ଵ ରଞ୍ଜନ କହଁର ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ମୁଖ୍ୟତଃ ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ନିମନ୍ତେ ପୂର୍ବରୁ କୌଣସି ପ୍ରକାର ପ୍ରଚାର ପ୍ରସାର ନକରିବା ଏବଂ ସରପଞ୍ଚ, ଏନ୍ ଏ ସି ଓ ପଞ୍ଚାୟତ ବାସୀଙ୍କୁ ଆଗୁଆ ସୂଚନା ନଥିବା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ–୨୦୨୬’ ପାଳିତ