ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା / ସମୀକ୍ଷା ନ୍ୟୁଜ :

ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଓ ଜୀବିକାର ସୁଦୃଢ଼ୀକରଣ ସହ ଜିଲ୍ଲାରେ ପ୍ରବାସ ପ୍ରଥା ହ୍ରାସ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକ ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ଗ୍ରହଣ କରାଯାଇଥିବା ଯୋଜନା ଓ ହସ୍ତକ୍ଷେପର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାପାଳ ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସ ରୋକିବା ଓ ପ୍ରବାସୀ ପରିବାରଙ୍କୁ ସହାୟତା ପ୍ରଦାନ ଦିଗରେ କରାଯାଇଥିବା ବିଭାଗୱାରୀ ପଦକ୍ଷେପର ସମୀକ୍ଷା କରିଥିଲେ। ଓଡ଼ିଶା ଜୀବିକା ମିଶନ୍ ଓ ମିଶନ ଶକ୍ତି ପକ୍ଷରୁ ଅଗଷ୍ଟ ମାସରେ ୩,୫୬୨ଟି ପ୍ରବାସୀ ପରିବାର ପରିଦର୍ଶନ କରାଯାଇଥିବା ବେଳେ ୩୦୪ଟି ପରିବାରକୁ ୮୦ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା।

ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ସମୀକ୍ଷା

ସେହିପରି, ମୂର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ ପକ୍ଷରୁ ୧୭୮ଟି ପ୍ରବାସୀ ପରିବାର ପରିଦର୍ଶନ କରାଯାଇ ୭ଟି ପରିବାରକୁ ୧.୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରବାସୀ ପରିବାରଙ୍କୁ ୬୦ ହଜାର ଟଙ୍କା ଏବଂ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୪ଟି ପ୍ରବାସୀ ପରିବାରକୁ ୪୪,୯୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଥିଲା। ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟାଳୟ ପକ୍ଷରୁ ମାଗଣା ପ୍ରଶିକ୍ଷଣ ଓ କୋଚିଂ ଗ୍ରହଣ କରୁଥିବା ଜଣେ ପ୍ରାର୍ଥୀ ଓପିଏସ୍‌ସି ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଥିବା ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ବିଭାଗ, ବିଡିଓ ଓ ତହସିଲଦାରମାନେ ପ୍ରବାସ ହ୍ରାସ ଓ ପ୍ରବାସୀ ପରିବାରଙ୍କ ଜୀବିକା ସୁଦୃଢ଼ୀକରଣ ଦିଗରେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ ସମସ୍ତ ବିଭାଗକୁ ପ୍ରବାସୀ ପରିବାରଙ୍କ ସହ ଅଧିକ ସମନ୍ୱୟ ରକ୍ଷା କରି ନିୟମିତ ପରିଦର୍ଶନ ଓ ଆବଶ୍ୟକ ହସ୍ତକ୍ଷେପ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ସ୍ତରରେ ଜୀବିକା ସୁଯୋଗ ସୃଷ୍ଟି, ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଓ ପ୍ରବାସୀ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ସହକାରୀ ଶ୍ରମ ଅଧିକାରୀ ମୁରଲୀଧର ପାକଳଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ