ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ନୟାଗଡ଼: ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ

ନୟାଗଡ଼: ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ – ସମୀକ୍ଷା

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ :

ନୟାଗଡ଼, ତା. ୧୦. ୦୯. ୨୦୨୬- ଆଜି ଅପରାହ୍ନ ଘ. ୨. ୩୦ ମି. ସମୟରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ପୌରହିତ୍ୟରେ ମାନ୍ୟବର ସାଂସଦ ପୁରୀ, ଡା. ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ l ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୯ ଜଣ ତୀର୍ଥ ଯାତ୍ରୀ ଯାତ୍ରା କରିଛନ୍ତି l ମାନ୍ୟବର ସାଂସଦ ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଯୋଧ୍ୟା ଓ ବାରାଣସୀ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ରାମ ନାମ ଆଉ ଶିବ ନାମକୁ ତୀର୍ଥଯାତ୍ରୀମାନଙ୍କ ସହିତ ଗାନ କରିଥିଲେ ।

ନୟାଗଡ଼: ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ – ସମୀକ୍ଷା


ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଯାତ୍ରୀ ମାନେ କିଭଳି ଭାବେ ସୁରୁଖୁରୁରେ ଯିବା ଆସିବା କରିବେ ତା ଉପରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅଧ୍ୟକ୍ଷ ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପର୍ଯ୍ୟଟନ ବିଭାଗର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଂଶସା କରିଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ।

ନୟାଗଡ଼: ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶିକ୍ଷା ବିଭାଗର ବିଚିତ୍ର ନୀତି:ଗୋଟିଏ ହାଇସ୍କୁଲରେ ଦୁଇ ସଂସ୍କୃତ ଶିକ୍ଷକ, ଅଞ୍ଚଳରେ ଅସନ୍ତୋଷ