ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ – ସମୀକ୍ଷା ଖବର

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେବ। ପବିତ୍ର କାର୍ତ୍ତିକ ମାସରେ ମାଗଣା ରହଣି ସହ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ମହିଳାମାନେ ଅନଲାଇନ୍‌ରେ ଆବେଦନ କରିପାରିବେ।

ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ। ସୂଚନା ଅନୁସାରେ, ଏହି ଯୋଜନା ଅଧୀନରେ ଓଡ଼ିଶା ସରକାର ପୁରୀରେ ୨,୫୦୦ ଜଣ ହବିଷ୍ୟାଳିଙ୍କୁ ମାଗଣା ରହଣି ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ।

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ – ସମୀକ୍ଷା

ଚୟନ ହୋଇଥିବା ମହିଳାମାନଙ୍କ ପାଇଁ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଏବଂ ରେଳୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହିବା ବ୍ୟବସ୍ଥା କରାଯିବ। ଏଥିସହ ଶ୍ରୀଜଗନ୍ନାଥ ମନ୍ଦିରରେ ସୁବ୍ୟବସ୍ଥିତ ଦର୍ଶନ ସହ ମାଗଣା ମହାପ୍ରସାଦ ପ୍ରଦାନ କରାଯିବ।

ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ। ଓଡ଼ିଶା ସରକାରଙ୍କ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍‌ https://edistrict.odisha.gov.in ମାଧ୍ୟମରେ ଅନଲାଇନ୍‌ରେ ଆବେଦନ କରାଯାଇପାରିବ। ନିର୍ଦ୍ଧାରିତ କୋଟା ପୂରଣ ହେବା ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ: ଡିଜିପି