ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ – ସମୀକ୍ଷା ଖବର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

ରାୟଗଡା/ବିଷମକଟକ:୦୫/୧୦: ରାୟଗଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଷମକଟକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର (ଏପିପି) ପ୍ରଶାନ୍ତ କୁମାର ରଥଙ୍କୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି I
ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ୍ ପ୍ରସାଦ (ଆଇ.ପି.ଏସ୍) ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରଶଂସାପତ୍ର ଶ୍ରୀ ରଥଙ୍କୁ ପ୍ରଦାନ କରିବା ସହ ତାଙ୍କର ଉଲ୍ଲେଖନୀୟ ଆଇନଗତ ସେବାକୁ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି ବିଷମକଟକ ଥାନା ଅଧୀନ ରେ ​କେସ୍ ନଂ ୧୫୩, ୧୫/୧୦/୨୦୨୫ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୦୩(୧), ୧୦୯(୧) ଓ ୨୩୮ ଅଧୀନରେ ଏକ ଅତି ଜଘନ୍ୟ ହତ୍ୟା ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ରେକର୍ଡ ୭୧ ଦିନ ମଧ୍ୟରେ ଅଭିଯୁକ୍ତ କୁନି ଲୋହାର କୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଇବାରେ ଶ୍ରୀ ରଥଙ୍କ ପ୍ରମୁଖ ଭୂମିକା ରହିଥିଲା।
ମାନ୍ୟବର ଅଦାଲତ ରେ ତଥ୍ୟପ୍ରମାଣର ସଠିକ୍ ଉପସ୍ଥାପନା ଓ ଦୃଢ଼ ଯୁକ୍ତି ଯୋଗୁଁ, ଏପରି ଏକ ଜଟିଳ ମାମଲାରେ ରେକର୍ଡ ସମୟ ମଧ୍ୟରେ ନ୍ୟାୟ ପ୍ରତିଷ୍ଠା ହୋଇପାରିଛି, ଯାହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି ଡିଜିପି ତାଙ୍କ ପ୍ରଶଂସାପତ୍ରରେ ଉଲ୍ଲେଖ କରିଛନ୍ତି I ସୂଚନାଯୋଗ୍ୟ, ଜିଲ୍ଲାରେ ଶ୍ରୀ ରଥଙ୍କ କନଭିକ୍ସନ ରେଟ୍ ଶୀର୍ଷରେ ରହିଛି; ସେ ପରିଚାଳନା କରିଥିବା ୧୯ଟି ମାମଲା ମଧ୍ୟରୁ ୧୮ଟିରେ ଦୋଷୀଙ୍କୁ ଦଣ୍ଡାଦେଶ ଦେବାରେ ସଫଳ ହୋଇଛନ୍ତି।

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ – ସମୀକ୍ଷା


ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ରଥ କହିଛନ୍ତି ଯେ, ନିଜର ନିଷ୍ଠା ଓ କାର୍ଯ୍ୟର ମୂଲ୍ୟାଙ୍କନ ତଥା ସ୍ୱୀକୃତି ମିଳିଲେ ତାହା ଆଗକୁ ଆହୁରି ଦୃଢ଼ ଭାବରେ କାମ କରିବାକୁ ଉତ୍ସାହିତ କରିଥାଏ। ଏଥିସହ ସେ ନିଜ ସଫଳତାର ସମସ୍ତ ଶ୍ରେୟ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ, ଡେପୁଟି ଡିପିପି ଅଜିତ ପଟ୍ଟନାୟକ ଏବଂ ବିଷମକଟକ ଆଇଆଇସି ଙ୍କ ଉତ୍ତମ ସମନ୍ୱୟ ଓ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଥିବା ସେ ପ୍ରକାଶ କରିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ