ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କୁଜଙ୍ଗକୁ ଏନ୍ଏସି ଦାବି: ଦାବିପତ୍ର ଗ୍ରହଣ କଲେ ତହସିଲଦାର

କୁଜଙ୍ଗକୁ ଏନ୍ଏସି ଦାବି: ଦାବିପତ୍ର ଗ୍ରହଣ କଲେ ତହସିଲଦାର – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗକୁ ଏନ୍ଏସି ମାନ୍ୟତା ଦାବି ଜୋର ଧରିଲା l ପୂର୍ବରୁ ୧୪ ମାର୍ଚ୍ଚ ୨୦୨୪ ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତିଭୂମି ଅନୁଧ୍ୟାନ କରି ଲୋକଙ୍କ ଦାବି ଫଳରେ କୁଜଙ୍ଗକୁ ଏନ୍ଏସି ଘୋଷଣା କରିଥିଲେ l ତେବେ ଅର୍ଥ ମଞ୍ଜୁରୀ ପୂର୍ବରୁ ବିଜେଡି ସରକାରର ପତନ ଘଟିଥିଲା ଓ ବିଜେପି ସରକାର ଆସିବା ପରେ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ ନଥିବାରୁ କୁଜଙ୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଆଜି ମଙ୍ଗଳବାର କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏନ୍ଏସି ଘୋଷଣା କାର୍ଯ୍ୟକାରି କରିବା ଦାବିରେ କୁଜଙ୍ଗ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ହୋଇଥିଲା l ଶତାଧିକ ବରିଷ୍ଠ ନାଗରିକ ଓ ଯୁବକମାନେ କୁଜଙ୍ଗ ହାଟଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ମଞ୍ଚ ଆବାହକ ଡକ୍ଟର ରଘୁନାଥ ସାହୁ , ମଞ୍ଚ ଉପଦେଷ୍ଟା ବାବୁରାମ ଚୌଧୁରୀ ଓ ପୀତାମ୍ବର ତରାଇଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ l

କୁଜଙ୍ଗକୁ ଏନ୍ଏସି ଦାବି: ଦାବିପତ୍ର ଗ୍ରହଣ କଲେ ତହସିଲଦାର – ସମୀକ୍ଷା

କୁଜଙ୍ଗର ଦସ୍ତଖତ ଶିବିରରୁ ସଂଗୃହିତ ଛ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରାଙ୍କୁ ପ୍ରଦାନ କରାଯାଇଥିଲା l ତହସିଲଦାର ଶ୍ରୀ ବେହେରା ଏହି ଦାବିପତ୍ର ଗ୍ରହଣ କରି ଲୋକଙ୍କ ସମ୍ବେଦନଶିଳ ବାର୍ତ୍ତାକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l ତେବେ ଦଶହରା ପୂର୍ବରୁ ସରକାର ଦାବି ପୂରଣ ନକଲେ ଆସନ୍ତା ନଭେମ୍ବର ମାସ ୩ ତାରିଖ ମଙ୍ଗଳବାର କୁଜଙ୍ଗ ବନ୍ଦ କରାଯାଇ ଅର୍ଥନିତିକ ଅବରୋଧ କରାଯିବ ଓ ବରିଷ୍ଠ ନାଗରିକ ମାନେ ଆମରଣ ଅନଶନରେ ବସିବେ ବୋଲି ମଞ୍ଚ ନେତୃତ୍ୱ ଘୋଷଣା କରିଥିଲେ l ମଞ୍ଚ କାର୍ଯ୍ୟକର୍ତ୍ତା ତଥା କୁଜଙ୍ଗ ଓକିଲ ସଂଘ ସମ୍ପାଦକ ରଂଜିତ ବିଶ୍ୱାଳ , ଓକିଲ ରମେଶ ଦାସ , ହୃଷିକେଶ ନାଥ ,ସୁବାସ ମହାପାତ୍ର ,ପ୍ରିୟମ୍ବଦା ପାଣି , ଜାନକୀ ମହାରଥା, ଶିକ୍ଷାବିତ ନବୀନ ପ୍ରଧାନ ,ଡକ୍ଟର ଗଙ୍ଗାଧର ସାମନ୍ତରାୟ , ସରୋଜ କୁମାର ବେହେରା ,ନବୀନ ପ୍ରଧାନ, କୃଷକ ନେତା ବିଭୁତି ଭୂଷଣ ଜେନା , କ୍ୟାପଟେନ ଅଜୟ ଖୁଣ୍ଟିଆ , ରଜନୀକାନ୍ତ ଗୁରୁ ,ଗୀତା ଦାସ , ବିଜୟ ଖଟେଇ , ବିବେକାନନ୍ଦ ଦାସ , ଶରତ ଜେନା , ରାମଦାସ ମହାନ୍ତି ଓ ଦୁଷ୍ମନ୍ତ ମାଝୀ ,ରଂଜିତ ଦାଶ ,ରଶ୍ମିରଂଜନ ଦାସ ଓ ଗୋଲେଖ ଜୟ ସିଂହ ପ୍ରମୁଖ ନେତୃତ୍ୱ ମାନେ ବକ୍ତବ୍ୟ ଦେଇ ଏନ୍ଏସି ଦାବି କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ , ବର୍ତ୍ତମାନ ସରକାର ଯେଉଁ ନୂଆ ଏନ୍ଏସି ଘୋଷଣା କରି ଅର୍ଥ ମଞ୍ଜୁରୀ ଦେଉଛନ୍ତି , କୁଜଙ୍ଗ ସେହି ଅଂଚଳ ଅପେକ୍ଷା ସମସ୍ତ ଦୃଷ୍ଟିରୁ ଯଥେଷ୍ଟ ଆଗରେ l କୁଜଙ୍ଗ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଥିବାରୁ ଅଂଚଳ କୁହୁଳୁଛି l ଗତବର୍ଷ କୁଜଙ୍ଗ ବନ୍ଦ ଡାକରା ଦିଆଯାଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପ ସରକୀଟ ହାଉସ ଠାରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ତିନିମାସ ମଧ୍ୟରେ ଏନ୍ଏସି ଘୋଷଣା ହେବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା l ତେବେ ମନ୍ତ୍ରୀଙ୍କ ସହଯୋଗରେ ପ୍ରଶାସନ କୁଜଙ୍ଗ ଏନ୍ଏସି ପାଇଁ ସମସ୍ତ କାଗଜପତ୍ର କାମ ଶେଷ କରିଛି l ହେଲେ ଆଜି ପର୍ଯ୍ୟନ୍ତ ଏନଏସି ନାମ ଗନ୍ଧ ନାହିଁ l ମନ୍ତ୍ରୀଙ୍କ ପ୍ରତିଶୃତିର ବର୍ଷକ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ଓ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଛି l ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆଜି ଗଣ ଧାରଣା ସଭାରେ ଅଧ୍ୟକ୍ଷତା କରି ବାବୁରାମ ଚୌଧୁରୀ ଘୋଷଣା କରିଥିଲେ l ଏହି ନିର୍ଦଳିୟ ଆନ୍ଦୋଳନ ପ୍ରତି କୁଜଙ୍ଗ ବାସିନ୍ଦାଙ୍କ ଦୃଢ ସମର୍ଥନ ପ୍ରକାଶ ପାଇଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ପରଜଙ୍ଗ: ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା