ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ୧୩-୧୦-୨୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରାଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ସଙ୍କୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ପୋଢ଼। ସୂଚନା ଅନୁସାରେ, ଆଜି ସକାଳେ ଘରର କବାଟ ନ ଖୋଲିବାରୁ ପରିବାର ଲୋକେ ଝରକା ପଟେ ଦେଖିଥିଲେ। ପରେ କବାଟ ଖୋଲି ଦେଖିବା ବେଳେ ସଙ୍କୀର୍ତ୍ତନଙ୍କ ମୃତଦେହ ପଲଙ୍କ ଉପରେ ପଡ଼ିଥିବା ବେଳେ ସୁଭଦ୍ରାଙ୍କ ମୃତଦେହ ଘର ଛାତରେ ଓଢ଼ଣୀ ସହ ଝୁଲନ୍ତା ଅବସ୍ଥାରେ ଥିବା ଜଣାପଡ଼ିଥିଲା।ଘଟଣା ସମ୍ପର୍କରେ ଖବର ପାଇ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି। ଏହାସହ ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।ତେବେ ଉଭୟଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ l






