ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ

ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ – ସମୀକ୍ଷା ଖବର

ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ: ୧୩.୧୦.୨୦୨୬

ପତ୍ର ଖଲି ବ୍ୟବହାର ଓ ଗ୍ରାମୀଣ ଜୀବିକାର ପ୍ରୋତ୍ସାହନ ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଓରମାସ୍, ମୟୂରଭଞ୍ଜ ମଧ୍ୟରେ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଆହ୍ଵାନ । କଟକ ଐତିହାସିକ ବାଲିଯାତ୍ରା କଟକ୨୦୨୬କୁ ପରିବେଶ ଅନୁକୂଳ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲିଯାତ୍ରାରେ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ହ୍ରାସ ଏବଂ ସ୍ବଚ୍ଛତାକୁ ପ୍ରାଥମିକତା ଦେଇ ଏକ ପରିବେଶ ଅନୁକୂଳ ବାଲିଯାତ୍ରା ଆୟୋଜନ କରିବା ପାଇଁ ଆଜି କଟକ ଜିଲ୍ଲା ପ୍ରଶାସନ ଓ ଓରମାସ୍, ମୟୂରଭଞ୍ଜ ମଧ୍ୟରେ ପତ୍ର ଖଲି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ଏକକ ବ୍ୟବହାରଯୋଗ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀର ଉତ୍ପାଦନ, ଉପଲବ୍ଧତା ଓ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏକ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ ହୋଇଯାଇଛି । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତିରେ କଟକ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାନ୍ତି ଏବଂ ମୟୂରଭଞ୍ଜ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି ।

ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ – ସମୀକ୍ଷା

କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓରମାସ୍, କଟକ ଏହି ପଦକ୍ଷେପର ସଫଳ ରୂପାୟନ ପାଇଁ ଓରମାସ୍, ମୟୂରଭଞ୍ଜ ସହ ସମନ୍ବୟ ରକ୍ଷା କରୁଛି। ଆସନ୍ତା ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ଆୟୋଜିତ ହେବ। ଏହି ସାଂସ୍କୃତିକ ମହୋତ୍ସବରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବା ସହ ବହୁ ସଂଖ୍ୟାରେ ଖାଦ୍ୟ ଷ୍ଟଲ୍, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଖାଦ୍ୟ ବିକ୍ରୟ କେନ୍ଦ୍ର ଖୋଲାଯିବ । ଏହି ପରିପ୍ରେକ୍ଷୀରେ, ବୁଝାମଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗୋଷ୍ଠୀଭିଭିକ ସଂଗଠନ (CBO) ଦ୍ବାରା ପ୍ରସ୍ତୁତ ଶାଳପତ୍ରରେ ତିଆରି ଖଲି, ଦନା, ଥାଳି, ଟିଫିନ୍ ପ୍ଲେଟ୍, ଦହିବରା ଦନା, ଗୁପଚୁପ୍ ଗିନା ଓ ଅନ୍ୟାନ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀ ବାଲିଯାତ୍ରା ସମୟରେ ଉପଲବ୍ଧ କରାଯିବ। ଏଥି ନିମନ୍ତେ ସମ୍ପୃକ୍ତ ସଂଗଠନଗୁଡ଼ିକୁ ବାଲିଯାତ୍ରା ପଡ଼ିଆରେ ମାଗଣାରେ ଷ୍ଟଲ୍ କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନ ଯୋଗାଇ ଦିଆଯିବ। ଏହି ସ୍ଥାନରେ ସେମାନେ ନିଜ ଉତ୍ପାଦର ପ୍ରଦର୍ଶନ, ପ୍ରଚାର ଓ ସିଧାସଳଖ ବିକ୍ରୟ କରିପାରିବେ। ଖାଦ୍ୟ ବ୍ୟବସାୟୀ ଓ ରେଷ୍ଟୁରାଣ୍ଟ ଗୁଡ଼ିକର ଆବଶ୍ୟକତା ଅନୁସାରେ ଯଥେଷ୍ଟ ପରିମାଣରେ ଉତ୍ପାଦ ମହଜୁଦ ରଖିବା ଓ ସୁଲଭ ମୂଲ୍ୟରେ ଯୋଗାଇବା ଉପରେ ଗୁରୁତ୍ବ ଦିଆଯିବ। ଏହା ସହିତ, କଟକ ମହାନଗର ନିଗମ (KMC) ଓ ଅନ୍ୟ ସମ୍ପୃକ୍ତ ବିଭାଗର ସ‌ହଯୋଗରେ ବାଲିଯାତ୍ରା ପଡ଼ିଆରେ ନିଷିଦ୍ଧ କିମ୍ବା କଟକଣାଭୁକ୍ତ ପ୍ଲାଷ୍ଟିକ୍ ଖାଦ୍ୟ ପରିବେଷଣ ସାମଗ୍ରୀର ବ୍ୟବହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଖାଦ୍ୟ ବ୍ୟବସାୟୀ, ଷ୍ଟଲ୍ ମାଲିକ ଓ ସେମାନଙ୍କ ସଂଘଗୁଡ଼ିକ ମଧ୍ୟରେ ସଚେତନ‌ତା ସୃଷ୍ଟି କରାଯାଇ ପତ୍ର ଖଲି ଭଳି ପରିବେଶ ଅନୁକୂଳ ଜିନିଷ ବ୍ୟବହାର ପାଇଁ ଉତ୍ସାହିତ କରାଯିବ।

ଏହି ପଦକ୍ଷେପ ଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ଗ୍ରାମୀଣ ମହିଳା ଓ ଅନ୍ୟାନ୍ୟ କାରିଗରମାନଙ୍କ ଉତ୍ପାଦ ପାଇଁ ଏକ ବୃହତ୍ ବଜାର ସୃଷ୍ଟି ହେବ । ସେମାନେ ସିଧାସଳଖ ଗ୍ରାହକ ଓ ଖାଦ୍ୟ ବ୍ୟବସାୟୀଙ୍କ ସହ ଯୋଡ଼ି ହୋଇ ଉଚିତ ମୂଲ୍ୟ ପାଇବା ସହ ନିଜ ଆୟ ବୃଦ୍ଧି କରିପାରିବେ। ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସ୍ଵୟଂସହାୟକ ଗୋଷ୍ଠୀ ଓ ଗୋଷ୍ଠୀଭିଭିକ ସଂଗଠନଗୁଡ଼ିକର ଜୀବିକା ସୃଷ୍ଟିରେ ସହାୟକ ହେବ । ପରିବେଶ ସୁରକ୍ଷା ଓ ଗ୍ରାମୀଣ ଜୀବିକାର ବିକାଶକୁ ଏକାଠି ଗୁରୁତ୍ବ ଦେଉଥିବା ଏହି ପଦକ୍ଷେପ ବାଲିଯାତ୍ରା ୨୦୨୬କୁ ଏକ ସ୍ବଚ୍ଛ , ସବୁଜ ଓ ପରିବେଶ ଅନୁକୂଳ ମହୋତ୍ସବ ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ଏଥିସହିତ, ପାରମ୍ପରିକ ସାଂସ୍କୃତିକ ଉତ୍ସବକୁ ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ଓ ସ୍ଥାୟୀ ଜୀବନଶୈଳୀ ଆପଣାଇବାର ଏକ ଜନଆନ୍ଦୋଳନରେ ପରିଣତ କରିବା ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ I ଏଥିସହ ବୋଇତ ବା ଡଙ୍ଗା ଭସାଇବା ବେଳେ ମହାନଦୀର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଫୋମ୍‌ ଓ ସୋଲ ନିର୍ମିତ ବୋଇତ ବ୍ୟବହାର ନକରି ଏହାର ବିକଳ୍ପ ଭାବେ କଦଳୀପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ବାଲିଯାତ୍ରା ପଡ଼ିଆରେ ଥିବା ଷ୍ଟଲ୍‌ଗୁଡ଼ିକରେ କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ଉପଲବ୍ଧ ହେବ ।

ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ