ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ

ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ – ସମୀକ୍ଷା ଖବର

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:

ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇଛନ୍ତି । ଆଜି ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ.ମନୋଜା ମଞ୍ଜରୀ ସାହୁ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।ସେହି ଅନୁଯାୟୀ ସଭାପତି ଭାବେ ସନ୍ତୋଷ କୁମାର ଭୂୟାଁ, ଉପ ସଭାପତି ଭାବେ ଜ୍ଞାନ ରଞ୍ଜନ ଜେନା, ସମ୍ପାଦକ ଭାବେ ଶୁଭଲକ୍ଷ୍ମୀ ମଲ୍ଲ, ସହ ସମ୍ପାଦକ ଭାବେ ମାନସ ରଞ୍ଜନ ସାହୁ, ନାଟ୍ୟ ସମ୍ପାଦକ ଭାବେ ଆଶୁତୋଷ ଜେନା, ନାଟ୍ୟ ସହ ସମ୍ପାଦକ ଭାବେ ବିଜୟ ଲକ୍ଷ୍ମୀ ସାହୁ, କ୍ରୀଡ଼ା ସମ୍ପାଦକ ସୌମ୍ୟ ରଞ୍ଜନ ପଣ୍ଡା, କ୍ରୀଡ଼ା ସହ ସମ୍ପାଦକ ରୁଦ୍ର ପ୍ରସାଦ ବେହେରା, ପତ୍ରିକା ସମ୍ପାଦକ ସୂଚରିତା ପ୍ରିୟଦର୍ଶିନୀ ପରିଡା, ପତ୍ରିକା ସହ ସମ୍ପାଦକ ଅଙ୍କିତା ପ୍ରିୟଦର୍ଶିନୀ ଭାବେ ବିଜୟୀ ହୋଇଛନ୍ତି।ଏହି ଛାତ୍ର ସଂସଦ ନିର୍ବାଚନ କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପିକା ରୀନା ସ୍ବାଇଁ ପରିଚାଳନା କରିଥିବାବେଳେ କମିଟିର ସଦସ୍ୟ ଭାବେ ଅଧ୍ୟାପକ ଜୟ ବର୍ଦ୍ଧନ ଜେନା, ଡ.ପି କେ ଜେନା, ଅଧ୍ୟାପକ ରାଜେନ୍ଦ୍ର ସ୍ବାଇଁ,ଡ.ସୁଶାନ୍ତ କୁମାର ପାଢୀ, ଲେପଟନାଣ୍ଟ ଜିବନ ଜ୍ୟୋତି ପ୍ରଧାନ, ସୁବ୍ରତ କୁମାର ପ୍ରଧାନ ସହଯୋଗ କରିଥିଲେ। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରାର୍ଥୀ ମାନେ ନିର୍ବାଚନ ଲଢ଼ିଥିଲେ।ପୂର୍ବତନ ଜିଲ୍ଲା ପରିଷଦ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ଦାଶ,ନାରାୟଣ ପତି,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମେଶ ଜେନା,ସାଲେପୁର ବିଜ୍ଞାପିତ ଅଞ୍ଚଳ ବିଜେଡି ସଭାପତି ନବ କିଶୋର କର, କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ ଦାସ, ବାଲିସାହି ସରପଞ୍ଚ ପବିତ୍ର ସାମଲ,ଯୁବ ବିଜେଡ଼ି ସଭାପତି ସଞ୍ଜିତ ଦାଶ, ଛାତ୍ର ବିଜେଡି ସଭାପତି ଶୁଭମ ଦାଶ, ସାଲେପୁର ବିଜ୍ଞାପିତ ଅଞ୍ଚଳର ଯୁବ ବିଜେଡି ସଭାପତି ଗୁଲରେଜ ଅଲ୍ଲୀ, ରାଜେଶ ମହାନ୍ତିସୌମ୍ୟ ରଞ୍ଜନ ମଲ୍ଲ, ,ଛାତ୍ର ବିଜେଡି ସଭାପତି କମଳା ପ୍ରସାଦ ସେଠୀ ଓ ପ୍ରମୁଖ ବିଜୟୀ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ