ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ

ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ – ସମୀକ୍ଷା ଖବର

ଭୁବନେଶ୍ବର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର, ତା ୧୨/୧୦/୨୦୨୬: ଓଡିଶା ଜୁ- ଜିତଷୁ ସଂଘ ଆନୁକୁଲ୍ୟରେ ଗତ ୧୧ ଅକ୍ଟୋବର ୨୦୨୬ ତାରିଖ ରେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ଠାରେ ରାଜ୍ୟ ଜୁ ଜିତଷୁ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଅଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ସବ ଜୁନିଅର , କ୍ୟାଡେଟ , ଜୁନିଅର ଓ ସିନିୟର ବୟସ ବିଭାଗରେ ଫାଇଟିଙ୍ଗ ସିଷ୍ଟମ ଏବଂ ନେ -ୱାଜା ରେ ପ୍ରତିଦ୍ୱୋନ୍ଧିତା କରିଥିଲେ । ଖୋର୍ଦ୍ଧା ଦଳ ଗତ ଭାବେ ୨୪ ଟି ସ୍ଵର୍ଣ ପଦକ ପାଇ ପ୍ରଥମ ହୋଇଥିବା ବେଳେ , କଟକ ୭ଓ ଯାଜପୁର ୫ ଟି ସ୍ଵର୍ଣ ପଦକ ସହ ଦିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ । ଓଡିଶା ଅଲମ୍ପିକ ସଂଘର ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି , ଆଡଭୋକଟେ କାଳି ପ୍ରସାଦ ନନ୍ଦ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ ।
ଓଡିଶା ଜୁ- ଜିତୁଷ ସଂଘର ସଭାପତି ଡ. ହରି ପ୍ରସାଦ ପଟ୍ଟନାୟକ ଙ୍କ ତତ୍ବାବଧାନରେ ପ୍ରତିଯୋଗୀତାକୁ ଦୀପକ ସାମନ୍ତରା , ସ୍ଵୋରାଜ ଜାନି, ତନୱେଷ ପୁନୀତ ଲେଙ୍କା , ଅବିନାଶ ପୁନ୍ଦିର , ବିଶ୍ଵ ଦେବ ପଟନାୟକ, ସନ୍ତୋଷ ସିଂ , ଲୋମା ସ୍ଵାଇଁ, ରାଜେଶ ମହାପାତ୍ର, ସନ୍ଦିପ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।

ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଲାଙ୍ଗିର: ହଜିଯାଉଛି ସର୍ବପୁରାତନ ତନ୍ତ୍ର ପିଠ ଚୌସିଠି ରାଣୀପୁର ଝରିଆଲ